ବିଶ୍ୱ ପରିବେଶ ସପ୍ତାହ ୨୦୨୩ ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଜାତୀୟ ପରିବେଶ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ପରିବେଶ ମିତବ୍ୟୟୀ ପ୍ରଥାର ପ୍ରସାର କରିବା ଏବଂ ପରିବେଶ ଦୀର୍ଘସ୍ଥାୟିତ୍ୱ ପ୍ରତି ପ୍ରତିବଦ୍ଧତା ସହ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ସହିତ ସପ୍ତାହବ୍ୟାପୀ ଜାତୀୟ ପରିବେଶ ଅଭିଯାନର ଶୁଭାରମ୍ଭ କରାଯାଇଛି, ଯାହା ଜୁନ୍ ୫ରୁ ଆରମ୍ଭ ହୋଇ ଜୁନ୍ ୧୧ ପର୍ଯ୍ୟନ୍ତ ଚାଲିବ । ବୃକ୍ଷରୋପଣ ସହ ନୋଏଡା (ଉତରପ୍ରଦେଶ)ର ପାୟୋନିୟର ୱାନ୍ ହୋଣ୍ଡାରୁ ଏହି ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅବସରରେ କଂପାନିର ନିର୍ଦେଶକ (ବିକ୍ରି ଓ ମାର୍କେଟିଂ) ଶ୍ରୀ ଯୋଗେଶ ମାଥୁର ଓ ନିର୍ଦେଶକ(ବିକ୍ରି ଓ ମାର୍କେଟିଂ) ଟାକେଶି କୋବାୟାସିଙ୍କ ସମେତ ଏଚ୍‌ଏମ୍‌ଏସ୍‌ଆଇର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କଂପାନି ପକ୍ଷରୁ ଗ୍ରାହକମାନଙ୍କୁ ମଧ୍ୟ ଚାରା ବଂଟନ କରାଯାଇଥିଲା ।
“ସେ ନୋ ଟୁ ପ୍ଲା୍‌ଷ୍ଟିକ୍‌” ଅଧିନରେ ପ୍ଲାଷ୍ଟିକ୍ ବର୍ଜ୍ୟ କମ୍ କରିବା ଏବଂ ଦୀର୍ଘସ୍ଥାୟୀ ବିକଳ୍ପର ପ୍ରସାର ଲାଗି କଂପାନି ଉତ୍ସର୍ଗୀକୃତ ଉଦ୍ୟମ କରୁଛି । ପ୍ଲାଷ୍ଟିକ୍ ମୁକ୍ତ ଜୀବନଶୈଳୀକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଏବଂ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍‌ର ସମୁଦ୍ର, ବନ୍ୟଜନ୍ତୁ ଓ ଜୀବଜଗତ ଉପରେ ପଡ଼ୁଥିବା ଖରାପ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ଲାଷ୍ଟିକ୍ ବ୍ୟବହାର କମ୍ କରିବାକୁ କଂପାନି ପକ୍ଷରୁ ଲୋକମାନଙ୍କୁ ଉତ୍ସାହିତ କରାଯାଉଛି ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ନିର୍ଦେଶକ-ବିକ୍ରି ଓ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ପରିବେଶ ପ୍ରତି ପ୍ଲାଷ୍ଟିକ୍ ପ୍ରଦୂଷଣ ଏକ ବହୁତ ବଡ଼ ବିପଦ ବୋଲି ଆମେ ଅବଗତ ଥିବା ବେଳେ ଆମ ସମସ୍ତଙ୍କ ତରଫରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି । ଏକ ଦାୟିତ୍ୱବାନ କର୍ପୋରେଟ୍ ଭାବେ ପ୍ଳାଷ୍ଟିକ୍ ବ୍ୟବହାର କମ୍ କରିବା ଏବଂ ଦୀର୍ଘସ୍ଥାୟୀ ବିକଳ୍ପର ପ୍ରଚାର କରିବା ଲାଗି ହୋଣ୍ଡାରେ ଆମେ ଉତ୍ସର୍ଗୀକୃତ ରହିଛୁ । ବିଶ୍ୱ ପରିବେଶ ସପ୍ତାହ ଅବସରରେ ଆମ ଉଦ୍ୟମ ଜରିଆରେ ଆମର ଲକ୍ଷ୍ୟ ହେଉଛି ପ୍ଲାଷ୍ଟିକ୍‌କୁ ବର୍ଜନ କରିବା ଏବଂ ପରିବେଶ ମିତବ୍ୟୟୀ ବିକଳ୍ପ ଗ୍ରହଣ କରି ଆମ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ୱଚ୍ଛ ଓ ସୁସ୍ଥକର ଗ୍ରହକୁ ସୁଦୃଢ଼ କରିବା ।’’
ଏହି ଅଭିଯାନର ଅଂଶ ସ୍ୱରୂପ କଂପାନି ସାରା ଭାରତରେ ୨୩,୦୦୦ରୁ ଅଧିକ ଚାରା ରୋପଣ କରିବ । ଏଥି ସହିତ ହୋଣ୍ଡାର ସ୍ୱୀକୃତିପ୍ରାପ୍ତ ଡିଲରସିପ୍‌କୁ ଆସୁଥିବା ସମସ୍ତ ଗ୍ରାହକମାନଙ୍କୁ କଂପାନି ପକ୍ଷରୁ ଭାରତୀୟ ଅଟୋମୋବାଇଲ୍ ନିର୍ମାତା ସଂଘ (ସିଆମ୍‌) ସହଯୋଗରେ ମାଗଣା ପିୟୁସି ଯାଂଚ ସୁବିଧା ପ୍ରଦାନ କରାଯିବ ।
ପ୍ରୋ-ହୋଣ୍ଡା ସହଯୋଗିତାରେ ହୋଣ୍ଡା ପକ୍ଷରୁ ଏକ ନୂଆ ପ୍ରକାର ଇଂଜିନ ଅଏଲ୍ ବିକାଶ କରାଯାଇଛି ଯାହାକୁ ହୋଣ୍ଡାର ଇଞ୍ଜିନିୟରମାନେ ଅନୁମୋଦନ ପ୍ରଦାନ କରିଛନ୍ତି । ହୋଣ୍ଡା ନେଟ୍‌ୱର୍କରେ ଥିବା ଦେଶଗୁଡ଼ିକ ଭିତରୁ ଏଚ୍‌ଏମଏସଆଇ ପ୍ରଥମ ସଂସ୍ଥା ଭାବେ ପ୍ରୋ ହୋଣ୍ଡା ବ୍ରାଣ୍ଡ୍‌କୁ ଉନ୍ମୋଚନ କରିଛି । ଏଥି ସହିତ କଂପାନି ପକ୍ଷରୁ “ବର୍ଦ୍ଧିତ ୱାରେଂଟି ପ୍ଲସ୍ (ଇଡବ୍ଲୁ ପ୍ଲସ୍‌) କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଯାହା ହେଉଛି ବର୍ଦ୍ଧିତ ୱାରେଂଟିର ଉନ୍ନତ ରୂପ ଓ ଏହା ମୋଟ ଉପରେ ମାଲିକାନା ଅନୁଭୂତିରେ ଉନ୍ନତିି ଆଣି ଶିଳ୍ପରେ ନୂଆ ମାନଦଣ୍ଡ ଧାର୍ଯ୍ୟ କରିବ ।

Share

Leave a Reply

Your email address will not be published. Required fields are marked *

12 + 14 =