ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏ୍‌ଫ୨୫୦ଆର୍‌ର ଉଦ୍‌ଘାଟନୀ ପର୍ଯ୍ୟାୟରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ଚାଳକଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର: କୋଏମ୍ବାଟୁରର କାରି ମୋଟର ସ୍ପିଡ୍‌ୱେରେ ଆୟୋଜିତ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍ ୨୦୨୩ର ପ୍ରଥମ ପର୍ଯ୍ୟାୟରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଚାଳକମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।
ନୂଆ ପିଢ଼ିର ଚାଳକମାନେ ଗୌରବ ଅଣେିବା ଲାଗି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ରେ ରେସିଂ କରିବା ସହିତ ଟ୍ରାକ୍‌ରେ ଚମତ୍କାର ବିଶ୍ୱାସ ପ୍ରଦର୍ଶନ କରିଥିଲେ । ଉଦଘାଟନୀ ପର୍ଯ୍ୟାୟରେ କେଭିନ୍ କ୍ୱିଂଟାଲ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି ।
ଚେନ୍ନାଇର କେଭିନ୍ କ୍ୱିଂଟାଲ ବହୁତ ଭଲ ଆରମ୍ଭ କରିବା ସହ ରେସ୍ ଟ୍ରାକ୍‌ରେ ନିଜର ଚମତ୍କାର ପ୍ରଦର୍ଶନ କରିଥିଲେ । ନିଜ ପୂର୍ବ ରେସ ଏବଂ ଆନ୍ତର୍ଜାତିକ ରେସିଂର ଅଭିଜ୍ଞତାକୁ ବ୍ୟବହାର କରି କେଭିନ୍ ଆକ୍ରମଣାତ୍ମକ ଢଙ୍ଗରେ ରେସ୍ କରିଥିଲେ ଏବଂ ୧୨:୨୪:୯୮୩ ଲ୍ୟାପ୍ ସମୟ ସହ ପ୍ରଥମ ସ୍ଥାନରେ ରହି ବିଜୟୀ ହୋଇଥିଲା । ତାଙ୍କଠାରୁ ଅଳ୍ପ ଦୂରରେ ଥିବା ମୋହସିନ୍ ପି ମାତ୍ର ୧୧.୧୭୩ ସେକେଣ୍ଡ୍ ବ୍ୟବଧାନ ଯୋଗୁଁ ପ୍ରଥମ ସ୍ଥାନରେ ରହିବାରୁ ବଂଚିତ ହେବା ସହ ୧:୧୩:୨୨୫ ଲ୍ୟାପ୍ ସମୟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ । ରକ୍ଷୀତ ଏସ୍ ଡାଭେ ୧୨:୩୮.୮୩୧ ଲ୍ୟାପ୍ ସମୟ ତୃତୀୟ ସ୍ଥାନରେ ରହିଥିଲେ । ଦୁର୍ଭାଗ୍ୟବସତଃ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଚାଳକ ବିଦାନି ରବିନ୍ଦର ଓ ଏଏସ୍ ଜେମ୍‌ସ ରେସ୍ ଶେଷ କରିପାରିନଥିଲେ ।
ରେସ୍‌-୨ରେ ମୋଟୋ ୩ ମେସିନ୍‌ରେ ରେସିଂ କରି ଚେନ୍ନାଇର କେଭିନ୍ କ୍ୱିଂଟାଲ ପୁଣି ରେ ୧:୧୨:୬୩୬ ଲ୍ୟାପ୍ ସମୟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଶାନ୍ତ ଭାବେ ପ୍ରଦର୍ଶନ ଜାରି ରଖିଥିଲେ । ସେହିପରି ଚେନ୍ନାଇର ରକ୍ଷୀତ ଏସ୍ ଡାଭେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ତୃତୀୟ ସ୍ଥାନ ପାଇଁ ପ୍ରକାଶ କାମାତ ଓ ଏଏସ୍ ଜେମ୍‌ସଙ୍କ ଭିତରେ କଡ଼ା ପ୍ରତିଦ୍ୱ୍‌ଦ୍ୱିତା ଦେଖିବାକୁ ମିଳିଥିଲା । ପ୍ରକାଶ ତୃତୀୟ ସ୍ଥାନ ହାସଲ କରିବାରେ ସଫଳ ହୋଇଥିବା ବେଳେ ଜେମ୍‌ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ମୋହସିନ ପି ଓ ସାମୁଏଲ ମାର୍ଟିନ୍ ରେସ୍ ଶେଷ କରିପାରିନଥିଲେ ।
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦେଶକ-ବିକ୍ରି ଓ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏ୍‌୨୫୦ଆର୍‌ର ଉଦ୍‌ଘାଟନୀ ପର୍ଯ୍ୟାୟରେ ଆମ ଚାଳକ ଓ ସେମାନଙ୍କ ପ୍ରଦର୍ଶନକୁ ନେଇ ଆମେ ବେଶ ଗର୍ବିତ । ନୂଆ ରେକର୍ଡ ସ୍ଥାପନ କରିବା ଲାଗି ସବୁ ଚାଳକ ସେମାନଙ୍କ ଉତ୍ସାହ ଓ ଅଭିଳା ପ୍ରଦର୍ଶନ କରିଥିଲେ । କେଭିନ୍ ନିଜର ଆନ୍ତର୍ଜାତିକ ରେସିଂ ଅଭିଜ୍ଞତା ଅନୁସାରେ ଉପଯୁକ୍ତ ଢଙ୍ଗରେ ରେସ୍ କରିଥିଲେ । ପ୍ରତି ଚାଳକଙ୍କ ଦୃଢ଼ ସଂକଳ୍ପକୁ ଦେଇ ମୁଁ ନିଶ୍ଚିତ ଯେ ଚଳିତ ବର୍ଷ ଆମ ଦର୍ଶକ ଓ ରେସିଂ ପ୍ରେମୀଙ୍କ ପାଇଁ ଆଉ ଏକ ଆକର୍ଷଣୀୟ ସିଜନ ହେବ ।’’

Share

Leave a Reply

Your email address will not be published. Required fields are marked *

twelve − 2 =