ସେପ୍ଟେମ୍ବର 1ରୁ ଓଡିଶାରେ ଗୋଟିଏ ଦେଶ ଗୋଟିଏ ରେସନକାର୍ଡ ବ୍ୟବସ୍ଥା

ଭୁବନେଶ୍ବର () ରାସନକାର୍ଡ଼ଧାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ ବ୍ୟବସ୍ଥାକୁ ରାଜ୍ୟ ସରକାର ମଧ୍ୟ ଲାଗୁ କରିବେ । ଫଳରେ ଦେଶର ସବୁ ଅଞ୍ଚଳରେ ରାସନ କାର୍ଡ଼ ବ୍ୟବହାର କରିପାରିବେ ହିତାଧୀକାରୀ । ଖୁବଶୀଘ୍ର ସାରା ଦେଶରେ ଲାଗୁ ହେବାକୁ ଯାଉଛି ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ । ଏହି ବ୍ୟବସ୍ଥା ଲାଗୁ ହେଲେ ଏଣିକି ସବୁଠି ଚଳିବ ରାସନ କାର୍ଡ । ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ଉଠାଇପାରିବେ ହିତାଧିକାରୀ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ହିତାଧିକାରୀ ସାମ୍ରଗୀ ଉଠାଇପାରିବେ । ସେପଟେମ୍ବର ୧ରୁ ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ବର ମହାନଗର ନିଗମରୁ ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ସବୁ ଜାଗାକୁ ସ୍ଥାନାନ୍ତର ହେବ । ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣନ୍ଦ୍ରେ ପ୍ରତାପ ସ୍ବାଇଁ ଏନେଇ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ପରି ରାଜ୍ୟ ସରକାର ମଧ୍ୟ ଏକ ଦେଶ ଏକ ରାସନ କାର୍ଡ଼ ଦିଗରେ କାମ କରୁଛନ୍ତି । ଏହି ନୀତି ଆସିବା ପରେ ରାଜ୍ୟରେ ଯେକୌଣସି ସ୍ଥାନରେ ଗୋଟିଏ ରାସନ କାର୍ଡ଼ ବ୍ୟବହାର କରି ରାସନ ସାମଗ୍ରୀ ପାଇପାରିବେ ହିତାଧିକାରୀ । ଜଣେ ରାସନ କାର୍ଡ଼ଧାରୀଙ୍କୁ ଗୋଟିଏ ରାସନ ଦୋକାନରେ ବନ୍ଧକ ହୋଇ ରହିବାକୁ ପଡ଼ିବ ନାହିଁ । ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯିବ । ଏହାସହ ରାସନ କାର୍ଡ଼ ଧୋକ୍କାଦାରୀରୁ ମଧ୍ୟ ରକ୍ଷା ମିଳିବ ।

ପୂର୍ବରୁ ରାସନ କାର୍ଡ ହିତାଧିକାରୀ ନିର୍ଦ୍ଧିଷ୍ଟ କଂଟ୍ରୋଲ ଦୋକାନରୁ ରାସନ ସାମଗ୍ରୀ ଉଠାଇଥାନ୍ତି । ସ୍ଥାନୀୟ ଡିଲର, ଗ୍ରାମ ପଂଚାୟତ, ସୋସାଇଟି କିମ୍ବା ସ୍ବୟଂ ସହାୟିକା ଗୋଷ୍ଠି କଂଟ୍ରୋଲ ସାମଗ୍ରୀ ବିକ୍ରି କରନ୍ତି । ପ୍ରତ୍ୟେକ ହିତାଧିକାରୀକୁ ମୁଣ୍ଡପିଛା ୫ କେଜି ଖାଦ୍ୟ ସାମଗ୍ରୀ ମିଳୁଛି । ରାସନ କାର୍ଡ ପିଛା କିରୋସିନ୍ ଏବଂ ପ୍ରାକୃତିକ ଦୁର୍ବିପାକ ସମୟରେ ହିତାଧିକାରୀଙ୍କୁ ସରକାରୀ ସହାୟତା ମିଳିଥାଏ । କାର୍ଡ ଥିବା ଅଂଚଳରୁ ବାହାରକୁ ଗଲେ ଏହି କାର୍ଡରେ କିଛି ମିଳେ ନାହିଁ ।

ତେବେ ନୂଆ ବ୍ୟବସ୍ଥା ଲାଗୁହେବା ପରେ ସାରା ଦେଶରେ ଗୋଟିଏ ରାସନ କାର୍ଡ଼ ବ୍ୟବହାର କରାଯିବ ।  ଗରିବ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ହେବେନି । ହିତାଧିକାରୀ ଉପକୃତ ହେବାସହ ନକଲି ରାସନ କାର୍ଡ଼ ତିଆରି କରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇ ପାରିବ ।

Share

Leave a Reply

Your email address will not be published. Required fields are marked *

four × 4 =