ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସୌରଭ ଗାଙ୍ଗୁଲିଙ୍କୁ ନୂଆ ଅବତାରରେ ଦେଇ ବିସ୍କ ଫାର୍ମ ପକ୍ଷରୁ ରିଚ୍ ମାରିର ନୂଆ ଟିଭିସି ଉନ୍ମୋଚିତ

ଭୁବନେଶ୍ୱର: ଏସ୍‌ଏଜେ ଫୁଡ୍‌ସର ଅଂଶ ତଥା ଭାରତର ଅଗ୍ରଣୀ ବିସ୍କୁଟ ଓ ବେକରି ବ୍ରାଣ୍ଡ୍ ବିସ୍କ ଫାର୍ମ ପକ୍ଷରୁ ଏହାର ଲୋକପ୍ରିୟ ରିଚ୍ ମାରି ବିସ୍କୁଟ ପାଇଁ ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପୂର୍ବରୁ କେବେ ଦେଖାଯାଇନଥିବା ଅବତାରରେ ନେଇ ନୂଆ ଟେଲିଭିଜନ ବିଜ୍ଞାପନ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ନୂଆ ଟିଭି ବିଜ୍ଞାପନରେ ବିସିସିଆଇର ପୂର୍ବତନ ମୁଖ୍ୟଙ୍କୁ ଲୋକପ୍ରିୟ ବଲିଉଡ୍ ଖଳନାୟକ “ରବର୍ଟ’ଙ୍କ ଭୂମିକାରେ ଦେଖିବାକୁ ମିଳିବ । ରବର୍ଟ ନିଜ ସେକ୍ରେଟାରି ମୋନା ଡାର୍ଲିଂଙ୍କୁ ସୁନା ବିଷୟରେ ପଚାରୁଥିବା ଦୃଶ୍ୟରୁ ବିଜ୍ଞାପନଟି ଆରମ୍ଭ ହୋଇଛି ଯାହାର ଉତରରେ ମୋନା କହୁଛନ୍ତି ଯେ ବିସ୍କ ଫାର୍ମ ରିଚ୍ ମାରି ବିସ୍କୁଟ ପ୍ୟାକ୍‌ରେ ସୁନା ରହିଛି । ଯେହେତୁ ବିସ୍କ ଫାର୍ମ ରିଚ୍ ମାରିର ପ୍ରତି ୩୦୦ ଗ୍ରାମ୍ ପ୍ୟାକ୍‌ରେ ୧୦ ଗ୍ରାମ ସୁନା କଏନ ଜିତିବାର ସୁଯୋଗ ରହିଛି ତେଣୁ ତାହାର ଗଣନା ଆରମ୍ଭ କରିବାକୁ ସୌରଭ ମୋନାଙ୍କୁ ନିର୍ଦେଶ ଦେଉଛନ୍ତି ।
ଏହି ଟିଭି ବିଜ୍ଞାପନ ସହ ଆରମ୍ଭ ହୋଇଥିବା ନୂଆ ଅଫରରେ ପ୍ରତି ୩୦୦ ଗ୍ରାମର ବିସ୍କ ଫାର୍ମ ରିଚ୍ ମାରି ବିସ୍କୁଟ ପ୍ୟାକେଟ୍‌ରେ ଗ୍ରାହକଙ୍କ ପାଇଁ ୧୦ ଗ୍ରାମ ସୁନା କଏନ ଜିତିବାର ଅଫରକୁ ମଧ୍ୟ ଆରମ୍ଭ କରାଯାଇଛି । ଏହି ଅଫରରେ ଗ୍ରାହକମାନଙ୍କୁ ବିସ୍କ ଫାର୍ମ ରିଚ୍ ମାରିର ୩୦୦ ଗ୍ରାମ୍ ପ୍ୟାକେଟ୍ କିଣିବାକୁ ପଡ଼ିବ ଏବଂ ତାହାର ଆର୍‌ଏମ୍ ଲଟ୍ ନମ୍ବରକୁ ୯୯୦୨୩୯୧୨୦୦କୁ ଏସ୍‌ଏମ୍‌ଏସ୍ କରିବାକୁ ହେବ ଯେଉଁଥିରେ ସୁନା କଏନ ଜିତିବାର ସୁଯୋଗ ରହିଛି । ବିସ୍କ ଫାର୍ମର ସୋସିଆଲ ମିଡିଆ ପେଜ୍‌ରେ ୧୦ ଗ୍ରାମ ସୁନା କଏନ ବିଜେତାଙ୍କ ନାମ ଘୋଷଣା କରାଯିବ ।
ଏହି ଟିଭି ବିଜ୍ଞାପନ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲୁ ରହିବ ଏବଂ ଏହାକୁ ବିଭିନ୍ନ ଭାଷା ଯଥା ବଙ୍ଗଳା, ହିନ୍ଦୀ, ଓଡ଼ିଆ ଓ ଆସାମୀ ଭାଷାରେ ଜାରି କରାଯାଇଛି । ବିଭିନ୍ନ ଟିଭି ଚ୍ୟାନେଲ୍‌, ଡିଜିଟାଲ୍ ପ୍ଲାଟଫର୍ମ, ସୋସିଆଲ ମିଡିଆ ପେଜ୍‌ରେ ଏହି ଅଭିଯାନକୁ ଜାରି କରି ଅଫର ବିଷୟରେ ସଚେତନତା ସୃଷ୍ଟି କରାଯିବ ଓ ପ୍ରତିିଯୋଗିତାରେ ଭାଗ ନେବାକୁ ଗ୍ରାହକମାନଙ୍କୁ ଉତ୍ସାହିତ କରାଯିବ ।
ଖସଦ୍ଭଳ ଗ୍ଧକ୍ଟ ଙ୍ଖସରଙ୍ଗ ଗ୍ଧଷର ଞଠଉ: ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଚ୍ଚକ୍ଟଙ୍କଗ୍ଧଙ୍କଭର.ମକ୍ଟଜ୍ଞ/ଙ୍ଗବଗ୍ଧମଷ?ଙ୍ଖ=ଚ୍ଛ୧୩ଏଛଲଖକ୍ଟ୍ରଇଙଣ
ଏହି ଅବସରରେ ସୌରଭ ଗଙ୍ଗୁଲି କହିଛନ୍ତି ଯେ, “ବିସ୍କ ଫାର୍ମ ଏହାର ବିଜ୍ଞାପନରେ ସର୍ବଦା କିଛି ମସଲା ଓ ସ୍ୱାଦ ଆଣିଥାଏ ଏବଂ ସେମାନଙ୍କ ବିଜ୍ଞାପନ ସବୁବେଳେ ଭିନ୍ନ ଧରଣର ରହିଥାଏ । ଏହି ବିଜ୍ଞାପନରେ ମଧ୍ୟ ସେହି ଭାବ ରହିଛି ଯାହାକୁ ମୁଁ ପୂର୍ବରୁ କେବେବି ପ୍ରୟାସ କରିନାହିଁ ଏବଂ ଆରମ୍ଭରୁ ମୁଁ କିଛିଟା ସଙ୍କୋଚ କରୁଥିଲି, କିନ୍ତୁ ଏହି ଚିନ୍ତାଧାରାକୁ ମୁଁ ବେଶ ଉପଭୋଗ କରିଛି ଏବଂ ଏହାର ସୁଟିଂ ବେଶ କୌତୁକପୂର୍ଣ୍ଣ ଥିଲା । ଆଶା କରୁଛି ଦର୍ଶକମାନେ ଏହାକୁ ମଧ୍ୟ ପସନ୍ଦ କରିବେ ।’’
ଏସ୍‌ଏଜେ ଫୁଡ୍‌ସର ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ କେ ସିଂହ କହିଛନ୍ତି ଯେ, “ବହୁ ଦିନରୁ ସୌରଙ୍କ ସହିତ ଆମର ସହଯୋଗିତା ରହିଛି ଏବଂ ବିସ୍କ ଫାର୍ମ ପୋର୍ଟଫୋଲିଓର ସବୁଠୁ ଲୋକପ୍ରିୟ ବିସ୍କୁଟ ହେଉଛି ଆମର ରିଚ ମାରି ବର୍ଗ । ତାଙ୍କ ଚମତ୍କାର ବ୍ୟକ୍ତିତ୍ୱ ଓ ଜନସାଧାରଣଙ୍କୁ ଛୁଇଁଯିବାର ଭାବକୁ ନେଇ ଆମର ବିଶ୍ୱାସ ରହିଛି ଯେ ଏହି ଅଭିଯାନ ଆମେ ପହଂଚିବାକୁ ଚାହୁଥିବା ଦର୍ଶକଙ୍କୁ ଛୁଇଁବ ଏବଂ ରିଚ ମାରି ବିସ୍କୁଟର ବିକ୍ରି ବଢ଼ାଇବ । ଏହି ଅଭିଯାନରେ ଏକ ଆକର୍ଷଣୀୟ ଅଫର ରହିଛି ଯେଉଁଥିରେ ଗ୍ରାହକ ସୁନା କଏନ ଜିତପାରିବେ । ଆମର ବିଶ୍ୱାସ ରହିଛି ଯେ ସମସ୍ତ ବିସ୍କୁଟ ଲଭର ଓ ଦାତାଙ୍କୁ ଭଲ ପାଉଥିବା ଲୋକମାନେ ଏହି ଅଫରକୁ ଉପଭୋଗ କରିବେ ଯେଭଳି ସେମାନେ ରିଚ୍ ମାରି ବିସ୍କୁଟକୁ ଭଲ ପାଉଛନ୍ତି ।’’

Share

Leave a Reply

Your email address will not be published. Required fields are marked *

12 − 10 =