ମାନସିକ ସ୍ୱାସ୍ଥ୍ୟକୁ ନେଇ ମେଡିକ୍ସ ଗ୍ଲୋବାଲ୍ ଓ ଏମ୍‌ପାୱାର ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଏଜୁକେସନ ଟ୍ରଷ୍ଟର ଏକ ଅଭିଯାନ ତଥା ଡକ୍ଟର ନୀର୍‌ଜା ବିର୍ଲାଙ୍କ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଏମ୍‌ପାୱାର ପକ୍ଷରୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ପରିଚାଳନା କଂପାନି ମେଡିକ୍ସ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଏହି ସହଯୋଗିତା ଜରିଆରେ ମେଡିକ୍ସ ଗ୍ଲୋବାଲ୍ ପକ୍ଷରୁ ଚିନ୍ତାମୁକ୍ତ ଏବଂ ଆବେଗିକ ସୁସ୍ଥକର ସମାଜ ଗଠନ କରିବା ଲାଗି ଏମ୍‌ପାୱାର ମୂଳ ମୂଲ୍ୟବୋଧକୁ ହାସଲ କରାଯିବ । ଲୋକମାନଙ୍କ ଶାରିରୀକ ଏବଂ ମାନସିକ ଯାତ୍ରାରେ ସହାୟକ ହେବା ଲାଗି ମେଡିକ୍ସ ପ୍ରତିବଦ୍ଧ ରହିଛି ।
ଅବସାଦ, ଚାପ, ଉଦବେଗ ଏବଂ ଭାବନାରେ ହେଊଥିବା ଅସ୍ୱାଭାବିକ ପରିବର୍ତନ ସହ ଜଡ଼ିତ ରହିଥିବା ଚାପକୁ କମ୍ କରିବା ଲାଗି ଏହି ସହଯୋଗିତାରେ ଉଭୟ ସଂସ୍ଥା ମିଳିବ ଭାବେ କାର୍ଯ୍ୟ କରିବେ । ବିଶେଷ କରି ୧୬-୩୫ ବର୍ଷ ବୟସ ବର୍ଗ ପାଇଁ କାର୍ଯ୍ୟକାରୀ ହୋଇପାରୁଥିବା ପଦକ୍ଷେପ ଉପରେ ସେମାନେ କାର୍ଯ୍ୟ କରିବେ ।
ମେଡିକ୍ସର ମାନସିକ ସ୍ୱାସ୍ଥ୍ୟ ସେବାକୁ ମେଡିକ୍ସ ଇଣ୍ଡିଆ ପକ୍ଷରୁ ଗ୍ରାହକ ଏବଂ ସହଯୋଗୀଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ସହ ଯୋଡ଼ାଯିବ ଯେଉଁଥିରେ ସାମିଲ ରହିଛନ୍ତି ଅଗ୍ରଣୀ ବୀମା କଂପାନି, କର୍ପୋରେଟ୍ କର୍ମଚାରୀ ଏବଂ ଅନ୍ୟାନ୍ୟ ଅଂଶୀଦାର । ସେମାନେ ଏମ୍‌ପାୱାର କ୍ଲିନିକ୍ ଏବଂ ଭର୍ଚୁଆଲ ମାନସିକ ସ୍ୱାସ୍ଥ୍ୟ ସେବା ପାଇପାରିବେ । ନୂଆ ପ୍ରଯୁକ୍ତି ଓ ଡିଜିଟାଲ ସମାଧାନକୁ ମାନସିକ ସ୍ୱାସ୍ଥ୍ୟ ସେବା ସହ ଯୋଡ଼ାଯିବ । ଏହି ସହଯୋଗିତା ମାଧ୍ୟମରେ ଦୁଇ ମହିଳା ଲିଡର ଏକତ୍ରୀତ ହୋଇଛନ୍ତି ।
ଏମ୍‌ପାୱାରର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଡକ୍ଟର ନିର୍‌ଜା ବିର୍ଲା କହିଛନ୍ତି ଯେ, “ଏମ୍‌ପାୱାର ଭାରତରେ ମାନସିକ ସ୍ୱାସ୍ଥ୍ୟରେ ସର୍ବଦା ଅଗ୍ରଦୂତ ହୋଇରହିଛି ଏବଂ ଏହି ସହଯୋଗିତା ଏହି କ୍ଷେତ୍ରରେ ଆମ ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ । ଚିକିତ୍ସା ସ୍ଥିତିରେ ଥିବା ଲୋକମାନଙ୍କଠାରେ ସାଧାରଣତଃ ମାନସିକ ସମସ୍ୟା ଦେଖାଦିଏ, କାରଣ ମାନସିକ, ଶାରିରୀକ ଏବଂ ସାମାଜିକ କ୍ଷେତ୍ରରେ ବହୁ ଜଟିଳ ପ୍ରଭାବିତ କରିଥାଏ, ତେଣୁ ସାମଗ୍ରିକ ସ୍ୱାସ୍ଥ୍ୟ ଲାଗି ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ଉଭୟ ଗୁରୁତ୍ୱପୂର୍ଣ୍ଣ । ଏହି ସହଯୋଗିତା ରୋଗୀମାନଙ୍କୁୂ ଏବେ ଉଭୟ ଶାରିରୀକ ଓ ମାନସିକ ସେବାକୁ ଗୋଟିଏ ପ୍ଲାଟଫର୍ମରେ ପ୍ରଦାନ କରିପାରିବ । ଆମେ ଆଶା କରୁଛୁ ଯେ ଭାରତରେ ସାମଗ୍ରିକ ସ୍ୱାସ୍ଥ୍ୟସେବା ପରିଚାଳନାରେ ଏହି ସହଯୋଗିତା ନୂଆ ଅଧ୍ୟାୟ ସୃଷ୍ଟି କରିବ ଏବଂ ଉଭୟ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ପ୍ରତି ସମାନ ଗୁରୁତ୍ୱ ପ୍ରଦାନ କରିବ, ଫଳରେ ଅଧିକ ଗବେଷଣା, ଯୋଗାଯୋଗ ପାଇଁ ଉତ୍ସାହ ବଢ଼ିବା ସହ ମାନସିକ ସ୍ୱାସ୍ଥ୍ୟ ସହ ସମ୍ପର୍କିତ ଚିନ୍ତା ଦୂର ହେବ ।’’
ମେଡିକ୍ସର ସଭାପତି ଓ ସିଇଓ ସିଗଲ ଆଜ୍‌ମନ କହିଛନ୍ତି ଯେ, “ମାନସିକ ସ୍ୱାସ୍ଥ୍ୟ ହେଉଛି ଏକ ବ୍ୟାପକ ସ୍ଥିତି ଯାହା ଆମ ଭାବନା, ଅନୁଭବ ଏବଂ ପଦକ୍ଷେପକୁ ପ୍ରଭାବିତ କରିଥାଏ । ବିଭିନ୍ନ କାରଣ ଯୋଗୁ ଅଧିକ ଚାପରେ ରହୁଥିବା ଯୁବପିଢ଼ି ସେହି ଆହ୍ୱାନର ମୁକାବିଲା ଲାଗି ସଠିକ ସମାଧାନ ପାଉନାହାନ୍ତି । ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାକୁ ଦୂର କରିବା ଏବଂ ଆଲୋଚନା ଓ ବାର୍ତାକୁ ଉତ୍ସାହିତ କରି ପଦକ୍ଷେପଗ୍ରହଣକାରୀ ସମାଧାନ ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।

Share

Leave a Reply

Your email address will not be published. Required fields are marked *

four × 1 =