କ୍ରିସ୍ମାସ୍ ପାର୍ଟିରେ ଖାନ୍ ବ୍ରଦର୍ସଙ୍କ ଡ୍ୟାନ୍ସ୍

ଖାନ୍ ବ୍ରଦର୍ସଙ୍କ ମଧ୍ୟରେ ଥିବା ନିବିଡ଼ତାକୁ ନେଇ ବଲିଉଡ୍ରେ ସବୁବେଳେ ଚର୍ଚ୍ଚା। ବି’ ଟାଉନ୍ର ଅଧିକାଂଶ ଅଭିନେତା-ଅଭିନେତ୍ରୀ ପରିବାର ଛାଡ଼ି ଏକା ରହିବାକୁ ଭଲ ପାଉଥିବାବେଳେ ‘ଦବଙ୍ଗ ଖାନ୍’ ସଲ୍ମାନ୍ ଓ ତାଙ୍କ ପରିବାର କିନ୍ତୁ ଏ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ନିଆରା। କାହିଁ କେତେ ବର୍ଷରୁ ସଲମାନ୍ଙ୍କ ବାପା, ମା’ ଓ ପୂରା ପରିବାର ଗ୍ୟାଲାକ୍ସି ଆପାର୍ଟ୍ମେଣ୍ଟ୍ରେ ଏକାଠି ରହୁଛନ୍ତି। ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ଥିବା ଗାଢ଼ ପ୍ରେମ ପାଇଁ ଇଣ୍ଡଷ୍ଟ୍ରୀରେ ସମସ୍ତେ ଖାନ୍ ଫ୍ୟାମିଲିକୁ ମୁକ୍ତ ପ୍ରଶଂସା କରନ୍ତି। ସଲମାନ୍ ଓ ତାଙ୍କ ଭାଇ ଭଉଣୀମାନେ ବାପା ମା’ଙ୍କ ସହ ଏକାଠି ପ୍ରତିଟି ଉତ୍ସବ ପାଳନ୍ତି ଓ ପରସ୍ପର ସହ ଖୁବ୍ ମଜା ମସ୍ତି କରନ୍ତି। ଏବେ କ୍ରିସ୍ମାସ୍ ପାର୍ଟିରେ ତିନି ଭାଇ ଏକାଠି ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ୍ ମଡିଆରେ ଖୁବ୍ ଭାଇରାଲ୍ ହେଉଛି।
ସଲ୍ମାନ୍ଙ୍କ ଭଉଣୀ ଅର୍ପିତା ଖାନ୍ଙ୍କ ଘରେ ହୋଇଥିବା କ୍ରିସ୍ମାସ ପାର୍ଟିର। ଏଥିରେ ତିନି ଭାଇ ସଲ୍ମାନ୍, ସୋହେଲ୍ ଓ ଅରବାଜ୍ ଏକାଠି ଡ୍ୟାନ୍ସ୍ କରି କ୍ରିସ୍ମାସ୍ ସେଲିବ୍ରେଟ୍ କରୁଥିବା ଦେଖିବାକୁ ମିଳିଛି। ଫ୍ୟାନ୍ମାନଙ୍କୁ ଖାନ୍ ବ୍ରଦର୍ସଙ୍କ ଏହି ଅନ୍ଦାଜ୍ ମଧ୍ୟ ବେଶ୍ ପସନ୍ଦ ଆସିଛି ।

Share

Leave a Reply

Your email address will not be published. Required fields are marked *

6 + twenty =