ଏଣିକି ସର୍ବସାଧାରଣ ସ୍ଥାନରେ କରିପାରିବେନି ନମାଜ

ମୁସଲମାନ ସଂପ୍ରଦାୟର ବ୍ୟକ୍ତି ବିଶେଷ ଏଣିକି ସର୍ବସାଧାରଣ ସ୍ଥାନରେ କରିପାରିବେନି ନମାଜ ପାଠ । ଏପରିକି ପାର୍କରେ ନମାଜ ପାଠ କରିପାରିବେ ନାହିଁ। ନମାଜ ପାଠ କେବଳ ମାତ୍ର ମସଜିଦ୍, ଦର୍ଘା, କର୍ୟ୍ୟାଳୟ ଓ ଘରୋଇ ପରିସର ମଧ୍ୟରେ ହିଁ ସୀମିତ ରହିବ। ଯଦି କେହି ସର୍ବସାଧାରଣ ସ୍ଥାନରେ ନମାଜ ପାଠ କରୁଥିବାର ଦୃଷ୍ଟିକୁ ଆସନ୍ତି, ତେବେ ତାଙ୍କ ବିରୋଧରେ ଏବଂ ସେ କାର୍ୟ୍ୟ କରୁଥିବା ସଂସ୍ଥା ବିରୋଧରେ ଆଇନ୍ଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଉତ୍ତରପ୍ରଦେଶ ପୁଲିସ୍ ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।
ପ୍ରଥମ ପର୍ୟ୍ୟାୟରେ ଉତ୍ତରପ୍ରଦେଶ ପୁଲିସ୍ ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମାକୁ ନୋଏଡ଼ା ଶିଳ୍ପାଞ୍ଚଳରେ କଡ଼ାକଡ଼ି ଭାବେ କାର୍ୟ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ନୋଟିସ ଜାରି ହେବା ମାତ୍ରେ କେତେକ ସଂସ୍ଥା ନିଜ ନିଜର ମୁସଲମାନ୍ କର୍ମଚାରୀମାନଙ୍କୁ କାର୍ୟ୍ୟାଳୟ ବାହାରେ କୌଣସି ଖୋଲା ଜାଗାରେ ନମାଜ ନ ପଢିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୋଏଡ଼ା ପୁଲିସର କହିବା ଅନୁଯାୟୀ ସଦ୍ଭାବ ବଜାୟ ରଖିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି।

Share

Leave a Reply

Your email address will not be published. Required fields are marked *

three × three =