ବ୍ୟାନ୍ ପରେ ଟିକଟକ୍ କମ୍ପାନୀ ହରେଇବ ୧୦୦ କୋଟି

ନୂଆଦିଲ୍ଲୀ() ଭାରତ ସରକାର ୫୯ ଚାଇନିଜ୍ ଆପ୍ସକୁ ବ୍ୟାନ୍ କରି ଦେଇଛି ଯାହାକୁ ଚୀନ ବିରୁଦ୍ଧରେ ଡିଜିଟାଲ୍ ସର୍ଜିକାଲ୍ ଷ୍ଟ୍ରାଇକ୍ ମଧ୍ୟ କୁହାଯାଇଥାଏ। ସରକାର ଏହି ନିଷ୍ପତ୍ତି ଦ୍ବାରା ଚୀନକୁ କଡ଼ା ମ୍ୟାସେଜ ଦେଇଥିବାବେଳେ ଭାରତରେ ମୋଟା ରକମ ଆୟ କରୁଥିବା ୟୁଜର୍ସ ଡାଟା ସହ ଖେଳ କରୁଥିବା କମ୍ପାନୀକୁ ତଗଡ଼ା ଝଟକା ଦେଇଛି। ଟିକଟକ୍ ଭଳି ଆପ୍ ପାଇଁ ଭାରତ ଏକ ବହୁତ ବଡ଼ ମାର୍କେଟ୍ ଥିଲା,ଯାହା ସହାୟତାରେ ବାଇଟ୍ ଡାନ୍ସ ଭଳି କମ୍ପାନୀ ଫେସବୁକ୍ ଭଳି କମ୍ପାନୀକୁ ଟକ୍କର ଦେବାର ସ୍ବପ୍ନ ଦେଖୁଥିଲା।

କିଛି ବର୍ଷ ମଧ୍ୟରେ ଟିକଟକ୍ ଭାରତରେ ନିଜର ସ୍ଥାନ ଦୃଢ଼ କରିଥିଲା। କୋଟି କୋଟି ମୋବାଇଲରେ ଆପ୍ ଡାଉନଲୋଡ ଦ୍ବାରା ଟିକଟକ୍ ଖୁବ୍ ଆୟ କରିବାକୁ ଲାଗିଥିଲା। ୨୦୧୯ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ମାସ ମଧ୍ୟରେ ଏହି ଆପ୍ ଦ୍ବାରା କମ୍ପାନୀକୁ ୨୫କୋଟି ଟଙ୍କାର ରାଜସ୍ବ ମିଳିଥିବାବେଳେ ଏବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କମ୍ପାନୀ ୧୦୦କୋଟି ଟଙ୍କାର ରେଭେନ୍ୟୁର ଲକ୍ଷ୍ୟ ରଖିଥିଲା। ଆପରେ ବିଜ୍ଞାପନ ଜରିଆରେ କମ୍ପାନୀର ଆମଦାନୀରେ ଲଗାତାର ହ୍ରାସ ହେଉଥିଲା।

ଭାରତରେ ଟିକଟକକୁ ପାଖାପାଖି ୪୭କୋଟି ଥର ଡାଉନଲୋଡ କରାଯାଇ ସାରିଥିଲା। ଏହାର ମୋଟ ୟୁଜର୍ସଙ୍କ ୩୦ପ୍ରତିଶତ ଭାରତରେ ଥିଲା। ରେଭେନ୍ୟୁ ମାମଲାରେ ଏହି ଆପ୍ ଫେସବୁକର ପଛରେ ଥିବାବେଳେ ୟୁଜର୍ସ ବେସ୍ ମାମଲାରେ ଏହା ଫେସବୁକ୍ ଭଳି ଦିଗ୍ଗଜ କମ୍ପାନୀକୁ ପଛରେ ଛାଡ଼ି ଦେଇଥିଲା

Share

Leave a Reply

Your email address will not be published. Required fields are marked *

20 − eighteen =