୪୨ରେ ପାଦ ଦେଲେ ଉର୍ମିଲା

ବଲିଉଡରେ ଏକ ଲମ୍ବା ଯାତ୍ରା କରିଛନ୍ତି ଉର୍ମିଲା ମାତୋଣ୍ଡକର୍ । ସେ ଗତ କିଛି ବର୍ଷ ହେବ ଫିଲ୍ମରୁ ଟିକେ ଦୂରେଇ ଯାଇଥିଲେ ବି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ଆଜିବି ଚର୍ଚ୍ଚାରେ । ଉର୍ମିଲା, ନସୀରୁଦ୍ଦୀନ୍ ଶାହଙ୍କ ଫିଲ୍ମ ‘ମାସୁମ୍’ରେ ଜଣେ ଚାଇଲ୍ଡ ଆର୍ଟିଷ୍ଟ ଭାବେ ନଜରକୁ ଆସିଥିଲେ।
ଏହାପରେ ‘ଚମତ୍କାର’, ‘ରଙ୍ଗୋଲି’, ‘ଇଣ୍ଡିଆନ୍’, ‘ଦୌଡ଼୍’ ପରି ଫିଲ୍ମରେ ତାଙ୍କର ଅଭିନୟ ଦେଖିବାକୁ ମଳିଥିଲା। ତେବେ ଆଜି ଉର୍ମିଲାଙ୍କ ଜନ୍ମଦିନ ।୪୨ ବର୍ଷରେ ପାଦ ଦେଲେ ଉର୍ମିଲା ।
ସେ ନିଜଠୁ ୯ ବର୍ଷର ସାନ ମଡେଲ୍ ତଥା ବିଜ୍ନେସ୍ମ୍ୟାନ୍ ମୋହସିନ୍ ମିର୍ ଅକ୍ତର୍ଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ବିବାହ ୨୦୧୬ରେ ହୋଇଥିଲା। ଉର୍ମିଳା ଓ ମୋହସିନ୍ଙ୍କର ଦେଖା ଦୁହିଁଙ୍କ କମନ୍ ଫ୍ରେଣ୍ଡ ମନିଷ ମଲହୋତ୍ରାଙ୍କ ଜରିଆରେ ହୋଇଥିଲା।
ଉର୍ମିଲାଙ୍କ ସ୍ୱାମୀ ମୋହସିନ୍ ଅଖ୍ତର୍ ମୀର୍ କଶ୍ମୀର୍ର ଜଣେ ପ୍ରଖ୍ୟାତ ବିଜ୍ନେସ୍ ମ୍ୟାନ୍ ଓ ମଡେଲ୍। କେବଳ ଏତିକି ନୁହେଁ ସେ ଜୋୟା ଅଖ୍ତରଙ୍କ ଫିଲ୍ମ ‘ଲଭ୍ ବାଏ ଚାନ୍ସ୍’ରେ ଅଭିନୟ ବି କରିସାରିଛନ୍ତି।
ଉର୍ମିଲା ଫିଲ୍ମରୁ ଅନେକ ଦିନ ହେବ ଦୂରେଇ ରହୁଛନ୍ତି ସତ ହେଲେ ଏବେବି ତାଙ୍କ ତାଙ୍କର ଅଭିନୟ ଓ ତାଙ୍କ ଫିଲ୍ମର ଗୀତ ଲୋକଙ୍କ ମନରେ ଘର କରି ରହିଛି।

Share

Leave a Reply

Your email address will not be published. Required fields are marked *

18 − 2 =