ଆଇଏଲ୍‌ଏସ୍ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ପରଲୋକ

ଆଇଏଲ୍‌ଏସ୍ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ପରଲୋକ । ଗୌହାଟୀରେ ପରଲୋକ ନେଇ ଆଇଏଲ୍‌ଏସ୍ ସୂତ୍ରରୁ ସୂଚନା । ଗୌହାଟୀକୁ ଏକ କନ୍‌ଫରେନ୍ସରେ ଯୋଗ ଦେବାକୁ ଯାଇଥିଲେ । କୋଭିଡ୍ ବିଷୟରେ ଅନେକ ସଚେତନ କରୁଥିଲେ । ଅଧିକ ସଚେତନତା ବଢ଼ୁଥିଲା ସାଧାରଣ ଲୋକ ଠାରେ । ଆଇଏଲ୍‌ଏସ୍ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କ ବୟସ ହୋଇଥିଲା ୫୮ ବର୍ଷ । ସେ ଗୌହାଟୀକୁ କନ୍‌ଫେରେନ୍ସରେ ଯୋଗ ଦେବାକୁ ଯାଇଥିଲେ। ପ୍ରାଥମିକ ପର୍ଯ୍ୟାୟରୁ ହୃଦ୍‌ଘାତରୁ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି ।

ତେବେ ଅଜୟ କୁମାର ପରିଡ଼ା ୧୨ ଡିସେମ୍ବର ୧୯୬୩ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଭାରତୀୟ ଜୀବବିଜ୍ଞାନୀ, ଯିଏକି କୃଷି, ପ୍ଲାଣ୍ଟ ମଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍‌ନୋଲୋଜି ବିଷୟମାନଙ୍କରେ ତାଙ୍କର ଦାନ ନିମନ୍ତେ ଜଣାଶୁଣା ଥିଲେ । ସନ ୨୦୧୪ରେ ପରିଡ଼ାଙ୍କୁ ଭାରତର ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।

ଯାହା ତାଙ୍କର ବିଜ୍ଞାନ ଓ ଟେକ୍‌ନିଲୋଜିକୁ ଦାନ ନିମନ୍ତେ ଉଦ୍ଦିଷ୍ଟ ଥିଲା । ଅଜୟ କୁମାର ଓଡ଼ିଶାରେ ଜନ୍ମ ଗ୍ରହଣ କରି ବଢ଼ିଥଲେ ଓ ଚେନାଇର ଏମ. ଏସ. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନର ଏକ୍‌ଜିକ୍ୟୁଟିଭ ନିର୍ଦ୍ଦେଶକ ଥିଲେ । ସ୍ଥାନୀୟ ଜଳବାୟୁ ପରିବର୍ତ୍ତନ‌କୁ ଖାପ ଖୁଆଇ କେତେକ କୃଷି କାମରେ ପରିବର୍ତ୍ତନ ଆଣିବାକୁ ସେ ଗବେଷଣା କରି ସଫଳ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

nine − seven =