ସ୍ବତନ୍ତ୍ର ରାଜ୍ୟ ଓ ଫନୀ ପାଇଁ ଅତିରିକ୍ତ 5ହଜାର କୋଟି ଟଙ୍କା ସହାୟତା ଦାବି

ନୂଆଦିଲ୍ଲୀ () : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଭେଟିଛନ୍ତି । ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ଟର୍ମ ଓ ନବୀନଙ୍କ ପଞ୍ଚମ ପାଳିରେ ଏହା ଏହି ଦୁଇ ଶୀର୍ଷ ନେତାଙ୍କ ପ୍ରଥମ ଭେଟଘାଟ । ଏହି ଅବସରରେ ନବୀନ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟର ସ୍ବାର୍ଥ ସମ୍ପର୍କିତ କେତେକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ନିକଟରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, ଫନୀ ସହାୟତା, କୋଇଲା ରୟାଲଟି ସଂଶୋଧନ ଆଦି ଦାବି ଉଠାଇଛନ୍ତି । ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ନେଇ 2000 ମସିହାରୁ ବିଜେଡି ଦାବି କରିଆସୁଛି । ଏହି ଦାବିକୁ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦୋହରାଇଛନ୍ତି ନବୀନ । ସେହିଭଳି ବାତ୍ୟା ଫନୀରେ ହୋଇଥିବା କ୍ଷୟକ୍ଷତିର ସ୍ଥାୟୀ ମୁକାବିଲା ପାଇଁ ୫ ହଜାର କୋଟି ଟଙ୍କାର ଅତିରିକ୍ତ ସହାୟତା ଦାବି କରିଛନ୍ତି । ବାତ୍ୟା ପ୍ରଭାବିତଙ୍କ ପାଇଁ ୫ ଲକ୍ଷ ପକ୍କା ଘର ଯୋଗାଇବାକୁ ମଧ୍ୟ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୋଇଲା ରୟାଲଟି ସଂଶୋଧନ ପ୍ରସଙ୍ଗ ଉଠାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆସନ୍ତା 15 ତାରିଖରେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗଙ୍କ ବୈଠକରେ ଯୋଗ ଦେବେ । ଦିଲ୍ଲୀରେ ରହଣୀ ସମୟରେ ମୁଖ୍ୟମନ୍ତ୍ରୀ କିଛି କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

5 × three =