ରାଜ୍ୟରେ ୯୪୫ ନୂଆ କୋରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟାରେ ୯୪୫ ନୂଆ ମାମଲା ରିପୋର୍ଟ ହୋଇଛି । ଏମାନଙ୍କ ମଧ୍ୟରେ ୧୧୦ ଜଣ ୧୮ ବର୍ଷରୁ କମ ବୟସର ଅଛନ୍ତି। ସଙ୍ଗରୋଧରୁ ୫୫୩ ଓ ସ୍ଥାନୀୟ ଅଞ୍ଚଳରୁ ୩୯୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୧, ସୁନ୍ଦରଗଡ଼ରୁ ୧୦୩, କଟକ ୭୫, ସମ୍ବଲପୁର ୫୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋନପୁର ଜିଲ୍ଲାରୁ ୩୭, ମୟୂରଭଞ୍ଜରୁ ୩୨,ନୟାଗଡରୁ ୨୭, ପୁରୀରୁ ୨୦, ରାୟଗଡ଼ାରୁ ୧୫, କଳାହାଣ୍ଡିରୁ ୧୮, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୩, ବଲାଙ୍ଗୀର ଓ ବୈ।ଦ୍ଧରୁ ୧୨ ଲେଖାଏଁ, ବରଗଡ଼ରୁ ୯, ଗଜପତିରୁ ୯, ନୂଆପଡ଼ାରୁ ୭, କୋରାପୁଟରୁ ୬, ଭଦ୍ରକରୁ ୬, ଝାରସୁଗୁଡ଼ାରୁ ୫, ବାଲେଶ୍ଵରରୁ ୫, ଗଞ୍ଜାମରୁ ୪, କନ୍ଧମାଳରୁ ୪, ନବରଙ୍ଗପୁରରୁ ୩, ଦେବଗଡ଼ରୁ ୩, ଢେଙ୍କାନାଳରୁ ୨, ଅନୁଗୁଳରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛି। ଷ୍ଟେଟପୁଲରୁ ୭୬ ମାମଲା ରିପୋର୍ଟ ହୋଇଛି । ଆକ୍ଟିଭ୍ କେସ୍ ସଂଖ୍ୟା ୬,୩୧୬କୁ ବୃଦ୍ଧି ପାଇଛି।

ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୩ ଲକ୍ଷ ୮୭୩ରେ ପହଞ୍ଚି ଥିବା ବେଳେ ୧୨ ଲକ୍ଷ ୮୫ ହଜାର ୩୭୪ ସୁସ୍ଥ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two × 1 =