ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା

ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା ନ୍ୟାୟ ଦାବିରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା । ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ୧୨ ଘଣ୍ଟିଆ ବନ୍ଦକୁ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇଛି । କଂଗ୍ରେସ ସହ ରାଜ୍ୟର ଅନେକ ସଂଗନ ଏହାକୁ ସମର୍ଥନ ଜଣାଇଛନ୍ତି ।

ମଙ୍ଗଳାବର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ଧରି ହେବାକୁ ଥିବା ଏହି ବନ୍ଦକୁ ଜୋରଦାର କରାଯିବ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନର ଚେତାବନୀ ଦେଇଛି। ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ଅନୁଷ୍ଠାନ ଓ ଯାନ ବାହନ ଚଳାଚଳ ବନ୍ଦ ରହିବ ବୋଲି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି । ରୁଚିକା ଓ ତାଙ୍କ ପରିବାରକୁ ନ୍ୟାୟ ପାଇଁ ରାଜଧାନୀ ସମେତ ସାରା ରାଜ୍ୟରେ ରାଜରାସ୍ତା ଠାରୁ ଆରମ୍ଭ କରି ପ୍ରତି କଲେଜ୍ ସମ୍ମୁଖରେ ଦୃଢ଼ ପ୍ରତିବାଦ କରାଯିବ। ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ପୋଲିସ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତ କରାଯାଇଛି।

କୌଣସି ସ୍ଥାନରେ ଯେପରି ଅଘଟଣ ନ ଘଟେ, ସେଥି ପାଇଁ ସତର୍କ ରହିବାକୁ ସବୁ ଏସ୍ ପିଙ୍କୁ କୁହାଯାଇଛି। ଭୁବନେଶ୍ବରରେ ଲୋକସେବା ଭବନ ଓ ଖାରବେଳ ଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସବୁ କର୍ମଚାରୀ ୯ଟା ୩୦ ସୁଦ୍ଧା ଅଫିସ୍ ରେ ପହଞ୍ଚିବାକୁ କୁହାଯାଇଛି। ସେହିପରି ବିଧାନସଭା ଅଧିବେଶନ ଚାଲିଥିବାରୁ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଜଗତସିଂହପୁର ରେ ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ସହ ଯାନ ବାହନ ଚଳାଚଳ ଆଂଶିକ ମାତ୍ରା ରେ ଚାଲୁ ଥିବାର ଦେଖା ଯାଇଛି ।

Share

Leave a Reply

Your email address will not be published. Required fields are marked *

2 × two =