ଜଣେ ହେଲେ ଗରିବ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବେନି

ଭୁବନେଶ୍ବର () ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା । ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଉତ୍ସବ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 2008ରେ ରାଜ୍ୟ ସରକାର କେ.ଜି ଦୁଇ ଟଙ୍କାରେ ଏବଂ 2013ରୁ କେଜି ଏକ ଟଙ୍କାରେ ଗରିବଙ୍କୁ ଚାଉଳ ଦେଉଛନ୍ତି । 2014 ନିର୍ବାଚନ ଇସ୍ତାହାରରେ ଆମେ ନିଜସ୍ବ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ପ୍ରତିଶୃତି ଦେଇଥିଲୁ  । ଆଜି ଆମେ ଦେଇଥିବା ନିର୍ବାଚନ ପ୍ରତିଶୃତିକୁ ପୂରଣ କରିପାରିଥିବାରୁ ମୁଁ ବହୁତ ଖୁସି । ରାଜ୍ୟର 25 ଲକ୍ଷ ଗରିବ ପରିବାର ଏହି ଯୋଜନାର ସୁବିଧା ପାଇବେ । ସେମାନେ କେଜି ଏକ ଟଙ୍କାରେ ଚାଉଳ ପାଇପାରିବେ । ଖାଦ୍ୟ ସୁରକ୍ଷା ଆପଣଙ୍କ ଅଧିକାର । ଆମ ସରକାର ସବୁ ଗରିବଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

2014ରେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଲା । କନ୍ତୁ ବହୁ ଲୋକ ଏହି ସୁବିଧା ପାଇପାରୁନଥିଲେ । ଏଥିପାଇଁ ମୁଁ ବହୁବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି । ମୁଁ ଯେତେବେଳେ ସାଧାରଣ ଲୋକଙ୍କୁ ଭେଟିଛି, ସେତେବେଳେ ବହୁ ଲୋକ ମତେ ଏହି ସୁବିଧା କଥା କହୁଥିଲେ । ଆଜି ସେହି ଗରିବ ଲୋକଙ୍କ କଥାକୁ ମୁଁ ରଖିପାରିଛି, ସେଥିପାଇଁ ମୁଁ ବହୁତ ଖୁସି । ଗରିବ ଲୋକଙ୍କ ସେବ ପାଇଁ କେବେ ବି ଟଙ୍କାର ଅଭାବ ରହିବ ନାହିଁ । ଏହା ଆପଣଙ୍କ ଟଙ୍କା, ଓଡିଶାବାସୀଙ୍କ ଟଙ୍କା । ଆପଣଙ୍କ ପାଇଁ ଖର୍ଚ୍ଚ କରାଯାଉଛି । ଜଣେ ବି ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷାରୁ ବଂଚିତ ହେବାକୁ ମୁଁ ଦେବି ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିରେ ପ୍ରଥମ ପ୍ରଯ୍ୟାୟରେ ୧୪ଲକ୍ଷ ୭୪ ହଜାର ଲୋକଙ୍କୁ ସାମିଲ କରାଯାଇଛି । ପଶ୍ଚିମ ଓଡିଶାର ସର୍ବାଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ପଶ୍ଚିମ ଓଡ଼ିଶାରେ ୪ଲକ୍ଷ ୪୮ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି । ବାଲେଶ୍ଵର, ନବରଙ୍ଗପୁର, ସୁନ୍ଦରଗଡ ଓ ବଲାଙ୍ଗୀରରେ ସ୍ଵତନ୍ତ୍ର ଉତ୍ସବରେ ଏହାର ଉଦଘାଟନ କରାଯାଇଛି । ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ୍ ଅଧୀନରେ ଅନ୍ତର୍ଭୁକ୍ତ ହୋଇପାରିବେ। ଏହାଦ୍ବାରା ମାର୍ଚ୍ଚ ମାସ ସୁଦ୍ଧା ୨୫ ଲକ୍ଷ ହିତାଧିକାରୀ ଲାଭବାନ ହେବେ ।  କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ୭୨% ହିତାଧିକାରୀ ଏହି ଆଇନ ଅନୁଯାୟୀ ଲାଭବାନ ହେଇପାରିବେ  । କିନ୍ତୁ ଅବଶିଷ୍ଟ ୨୮% ହିତାଧିକାରୀ ଗରିବ ହୋଇ ମଧ୍ୟ ଯୋଜନାରେ ସାମିଲ ହୋଇପାରୁ ନଥିଲେ ।

Share

Leave a Reply

Your email address will not be published. Required fields are marked *

seven − five =