ଗଡିଲା ଯାନ୍ତ୍ରିକ ସଫେଇ ଯନ୍ତ୍ର

ଭୁବନେଶ୍ବର () ସ୍ବଛତା ନେଇ ରାଜଧାନୀରେ ଗୁରୁତ୍ବ। ଯାନ୍ତ୍ରୀକ ସଫେଇ ଗାଡିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଇ-ଟଏଲେଟ ବ୍ୟବସ୍ଥାର ଶିଳ୍ୟାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯାୟରେ ୨ଟି ଯାନ୍ତ୍ରିକ ସଫେଇ ଗାଡି ଗଡିଥିବା ବେଳେ ଖୁବଶୀଘ୍ର ଆଉ ଦୁଇଟି ଗାଡି ଗଡିବ। ଏଥିପାଇଁ ଏ.ଏସ.ପ୍ରୋ ପାୱାର ସୁଇପିଂ ପ୍ରାଇଭେଟ ଲିମିଟେଡ, ଏମ.ଏସ ଏୟାର ଏକ୍ସପ୍ରେସ ଏହି ଦୁଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଯାହାକି ଭୁବନେଶ୍ବରର ୮୦ କିମି ରାସ୍ତାକୁ ପ୍ରତ୍ୟେକ ଦିନ ସଫା କରାଯିବ। ତେବେ ଏହି ଯାନ୍ତ୍ରିକ ସଫେଇ ଦ୍ବାରା ବାୟୁ ପ୍ରଦୁଷଣ ଖୁବ କମ ହୋଇଥାଏ। ଏହା ଦ୍ବାରା ସ୍ବାସ୍ଥ୍ୟ ଗତ ସମସ୍ୟା କମ ହେବ। ଅତି ଖୁଦ୍ର ଧୁଳିକଣା ପଦାର୍ଥ ସଫା ହୋଇଯିବ। ହାତରେ ଝାଡୁଠାରୁ ଏଥିରେ କମ ଖର୍ଚ ହେବ। ସେହିପରି ୬୦ ଟି ଇ-ଟଏଲେଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ  । ଦୁଇମାସ ମଧ୍ୟରେ ଏହାର ନିର୍ମାଣ ଶେଷ କରିବାକୁ ନିଷ୍ପତି ନିଆଯାଇଛି। ଯାହାଦ୍ବାରା ପ୍ରି-ଫେବ୍ରିକେଟେଡ ଷ୍ଟେନଲେସ ଷ୍ଟିଲ ସ୍ମାର୍ଟ ଟଏଲେଟ ଦ୍ବାରା ସହରରେ ସ୍ବଛତା ଓ ସ୍ବାସ୍ଥ୍ୟ ଦିଗରେ ଉପାଦେୟ ହେବ। ଗୋଟିଏ ସ୍ଥାନରେ ଗୋଟିଏ ମହିଳା ଓ ଗୋଟିଏ ପୁରୁଷଂକ ପାଇଁ ଇ-ଟଏଲେଟର ସୁବିଧା ରହିବ। ଏହା ଦ୍ବାରା ସଂକ୍ରମଣ କି ସ୍ବାସ୍ଥ୍ୟ ଦିଗରେ ସମସ୍ୟା ହେବ ନାହିଁ। ଆଗକୁ ହକି ବିଶ୍ବକପ ଆସୁଥିବା ବେଳେ ଏସବୁ ଯୁଦ୍ଧକାଳିନ ଭିତିରେ ଶେଷ କରିବାକୁ ନିଷ୍ପତି ହୋଇଛି।

Share

Leave a Reply

Your email address will not be published. Required fields are marked *

ten − nine =