ଆଉ ଦେଖିବାକୁ ମିଳିବନି ପଲିଥିନ୍

ଆସନ୍ତାକାଲିଠାରୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କେତେକ ପ୍ରମୁଖ ସହରରେ ପଲିଥିନ ବ୍ୟାନ କାରାଯାଉଛି । ରାଜ୍ୟର ୫ ଟି ମହାନଗରନିଗମ ଓ ପୁରୀ ସହରରେ ଏହି ନିୟମକୁ କାଲିଠାରୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ।ତେବେ ଏପର୍ଯ୍ୟନ୍ତ ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିମ୍ବା ବ୍ୟବସାୟୀ ମାନଙ୍କ ପକ୍ଷରୁ ସେଭଳି କୌଣସି ଖାସ ପ୍ରସ୍ତୁତି ହୋଥିବା ମନେ ହେଉନାହିଁ । ଏଥିପାଇଁ ଜନ ସଚେତନତା ସୃଷ୍ଟି କରିବା ଦିଗରେ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ଆଖି ଦୃଶିୟା କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ନିଆଯାଇନାହିଁ । ରାତି ପାହିଲେ କାଲି ସକାଳୁ ସରକାରଙ୍କ ଏହି ଆଇନ କିପରି କାର୍ଯ୍ୟକାରୀ ହେଉଛି ତାହା ଦେଖାଯିବ । ଏହି ଆଇନ ଉଲଙ୍ଘନ କଲେ ୫ ବର୍ଷ ଜେଲ ଓ ୧ଲକ୍ଷ ଟଙ୍କା ଜୋରିମାନାର ବ୍ୟବସ୍ଥାକରି ସରକାର ବସିଯାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

7 − 5 =