ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା

ଭୁବନେଶ୍ୱର : ଆସନ୍ତାକାଲି ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଉଥିବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା । ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 18 ଲକ୍ଷ 32 ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଆଉ 6 ଲକ୍ଷ ହିଠାଧିକାରୀ ସାମିଲ ହେବେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସଚିବାଳୟରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ଯୋଜନାରେ ଶୁଭାରମ୍ଭ କରିବେ ।
ଏହି ଯୋଜନାରେ ହିତାଧିକାରୀଙ୍କୁ ମାଗଣାରେ ନୂତନ ରେସନକାର୍ଡ ଯୋଗାଇ ଦିଆଯିବ । ବିନା ମୂଲ୍ୟରେ ଏହି କାର୍ଡ ଯୋଗାଇ ଦେବାପାଇଁ  ଥିବା ନିୟମାବଳୀ ସଂକ୍ରାନ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଶାସନ ସଚିବ ବୀର ବିକ୍ରମ ଯାଦବ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି ।
ଅକ୍ଟୋବର ୨ ତାରିଖ ଅପରାହ୍ନ ସାଢେ ଚାରିଟାରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀରୁ ଭିଡିଓ କନ୍‍ଫରେନ୍ସି ମାଧ୍ୟମରେ ବାଲେଶ୍ୱରର ଜଳେଶ୍ୱର, ମୟୁରଭଞ୍ଜର ଖୁଣ୍ଟା, ସୁନ୍ଦରଗଡର ରାଜଗାଙ୍ଗପୁର ଏବଂ ବଲାଙ୍ଗିରର କଣ୍ଟାବାଞ୍ଝିରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିବେ । ଏହିସବୁ ଜିଲ୍ଲା ଛଡା ଅନ୍ୟ ସବୁ ଜିଲ୍ଲାରେ ସମସ୍ତ ଲୋକ ପ୍ରତିନିଧି, ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ସେମାନଙ୍କ ଜିଲ୍ଲାରେ ଥିବା ଓସ୍‍ୱାସ ସମ୍ମିଳନୀକକ୍ଷରେ ଅପରାହ୍ନ ୪ଟାରୁ ଉପସ୍ଥିତ ରହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ ।
ରାଜ୍ୟସ୍ତରୀୟ ଉତ୍ସବ ପରେ ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମ ଆୟୋଜନ ହେବା ସହିତ ହିତାଧିକାରୀମାନଙ୍କୁ ରେସନକାର୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ପତ୍ର ବଣ୍ଟନ ହେବ । ମନ୍ତ୍ରୀ ଓ ବିଭିନ୍ନ ସଂସ୍ଥାର ଅଧ୍ୟକ୍ଷମାନଙ୍କୁ ଏଥିପାଇଁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଅନୁଗୁଳ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବଲାଙ୍ଗିର, ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ଅନୁପ ସାଏ ବରଗଡ, ଆପିକଲ ଅଧ୍ୟକ୍ଷ କୃତୀବାସ ପାତ୍ର ବୌଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ବାଲେଶ୍ୱର ଓ ଭଦ୍ରକ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ କଟକ, ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ  ଦେବଗଡ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।
କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ରଘୁନାଥ ମହାନ୍ତି ଢେଙ୍କାନାଳ, ମନ୍ତ୍ରୀ ଉଷାଦେବୀ ଗଜପତି, ସ୍ନେହାଙ୍ଗିନୀ ଛୁରିଆ ଝାରସୁଗୁଡା, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଯାଜପୁର, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଜଗତ୍‍ସିଂହପୁର, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଖୋରଧା, ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଏବଂ ସାଂସଦ ସରୋଜୀନି ହେମ୍ବ୍ରମ କେନ୍ଦୁଝର, ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଅନୁଭବ ମହାନ୍ତି କଳାହାଣ୍ଡି ଠାରେ ଜିଲ୍ଲାସ୍ତରୀୟ ଉତ୍ସବରେ ଯୋଗଦେବେ । ଫୁଲବାଣୀ ଠାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ସାଂସଦ ଅଚ୍ୟୁତ ସାମନ୍ତ, କୋରାପୁଟରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ, କେନ୍ଦ୍ରାପଡାରେ ପରିବହନ ମନ୍ତ୍ରୀ ନୃସିଂହ ସାହୁ ଉପସ୍ଥିତ ରହିବେ । ସେହିଭଳି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ସୂର୍ଯ୍ୟ ନାରାୟଣ ପାତ୍ର ମୟୁରଭଞ୍ଜ, ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ନବରଙ୍ଗପୁର, ନିରଞ୍ଜନ ପୂଜାରୀ ନୂଆପଡା, ଶଶୀଭୂଷଣ ବେହେରା ନୟାଗଡା, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପୁରୀରେ ଯୋଗଦେବେ । ମନ୍ତ୍ରୀ ପ୍ରଫୁଲ ସାମଲ ଓ ସାଂସଦ ଏନ୍‍.ଭାଷ୍କର ରାଓ ରାୟଗଡା ଠାରେ ଉପସ୍ଥିତ ରହିବାକୁ ଥିବାବେଳେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ସାଂସଦ ପ୍ରତାପ କେଶରୀ ଦେବ ସମ୍ବଲପୁର, ପଶ୍ଚିମଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର କୁମାର ମହାନ୍ତି ସୋନପୁର ଓ ମନ୍ତ୍ରୀ ପ୍ରଫୁଲ ମଲିକ ଏବଂ ସାଂସଦ ପ୍ରଶାନ୍ତ ନନ୍ଦ ସୁନ୍ଦରଗଡ ଠାରେ ଯୋଗଦେବେ । ଚଳିତମାସ ୩ ରୁ ୧୦ ତାରିଖ ପର୍ଯ୍ୟନ୍ତ ବ୍ଲକ ସ୍ତରରେ ରେସନକାର୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ହିତାଧିକାରୀ ଅକ୍ଟୋବର ୩ ତାରିଖରୁ ସେମାନଙ୍କର ଖାଦ୍ୟ ସାମଗ୍ରୀ ପାଇପାରିବେ ।
Share

Leave a Reply

Your email address will not be published. Required fields are marked *

five + 2 =