ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ସୂଚୀ

ଭୁବନେଶ୍ୱର()  ଆଜି ପ୍ରକାଶ ପାଇଛି ଓଜେଇଇ ପରୀକ୍ଷା ସୂଚୀ । ଆକ୍ଟୋବର ୫ ତାରିଖରୁ ଛାତ୍ରଛାତ୍ରୀଙ୍କୁ ମିଳିଯିବ ଆଡମିଟକାର୍ଡ । ojee.nic.in ରେ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନଲୋଡ କରିପାରିବେ । ପରୀକ୍ଷାର୍ଥୀମାନେ ଆଇଡି ପାଶୱାର୍ଡ ଦେଇ ନିଜ ନିଜର ଆଡମିଟକାର୍ଡ ଡାଉନଲୋଡ କରିପାରିବେ । ୩ଟି ସିଟିଂରେ ଓ କମ୍ପୁଟର ବେସଡ ଟେଷ୍ଟ ମୋଡରେ ଓଜେଇଇ ପରୀକ୍ଷା ହେବ । ଅକ୍ଟୋବର ୧୨ରୁ ୧୯ ଯାଏଁ ୨ ଘଣ୍ଟା ଅବଧି ବିଶିଷ୍ଟ ପରୀକ୍ଷା ହେବ । ସକାଳ ୯ଟାରୁ ୧୧ ଟା, ମଧ୍ୟାହ୍ନ ୧୨ଟା ୩୦ରୁ ୨ ଟା ୩୦ ଯାଏଁ ହେବ ପରୀକ୍ଷା । ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ପରୀକ୍ଷା ହେବ ।

ତେବେ ଚଳିତ ବର୍ଷ  ୭୯,୮୦୦ ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବେ । ଆସନ୍ତା ୧୨ରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ । ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 5 =