ଭଦ୍ରକରେ ଭାରତ ବନ୍ଦର ପ୍ରଭାବ

ଭଦ୍ରକ: କୃଷି ଆଇନ ଓ ବିଦ୍ୟୁତ ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହ କ୍ରମରେ ଭଦ୍ରକରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଯାହାର ପ୍ରଭାବ ଜିଲ୍ଲାରେ ପରିଲକ୍ଷିତ ହୋଇଛି । ଜିଲ୍ଲାର ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରୁଛନ୍ତି । ସହରର ବନ୍ତ ଛକଠାରେ କର୍ମୀ ମାନେ ପିକେଟିଂ କରିବା ସହ ୧୬ ନମ୍ବର ଜାତୀୟ ରାଜପଥର ଓଭର ବ୍ରିଜ ନିକଟରେ ରାଜପଥ ଅବରୋଧ କରି ଗାଡି ଚଳାଚଳକୁ ବନ୍ଦ କରିଛନ୍ତି । ଅତ୍ୟାବଶ୍ୟକ ସେବା ଛାଡ଼ି ସହର ଭିତରେ ସମସ୍ତ ଦୋକନା ବଜାର ବନ୍ଦ ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୂତୟନ ହୋଇଛନ୍ତି କେନ୍ଦ୍ର ସରକାରଙ୍କ ଦ୍ଵାରା ପାରିତ କୃଷି ଆଇନକୁ ବିରୋଧରେ ନାରାବାଜି କରିଛନ୍ତି । ୩ ଗୋଟି କୃଷି ଆଇନକୁ ବିରୋଧ କରିବା ସହ ବିଦ୍ୟୁତ ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି କୃଷକ ସଂଗଠନ । ସୂଚନା,ଚାଷୀ ଓ ସାଧାରଣ ଜନତାଙ୍କ ପାଇଁ ଦୀର୍ଘ ୧୦ ମାସ ଧରି କେନ୍ଦ୍ର ଦ୍ବାରା ପାରିତ କୃଷି ଓ ବିଦ୍ୟୁତ୍ ଆଇନ ପ୍ରତ୍ୟାହାର କରାଯାଉ ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା ଦାବି କରୁଛି ।

Share

Leave a Reply

Your email address will not be published. Required fields are marked *

7 + 15 =