ବର୍ଷାଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ଅନୁଭବ

କଟକ: ପୁଣି ଚର୍ଚ୍ଚାରେ ବର୍ଷ ଅନୁଭବ ବିବାଦ । ଏହି ଷ୍ଟାର କପୁଲଙ୍କ କଳି ପୁଣିଥରେ ତେଜିଥିବା ଦେଖିବାକୁ ମିଳିଛି । ଥାନାରେ ବର୍ଷାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଅନୁଭବ । ପୁରୀଘାଟ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ତାଙ୍କ ଘରକୁ ଅଜଣା ଲୋକ ଆସୁଥିବା ନେଇ ଅଭିଯୋଗ କରିଛନ୍ତି । ତେବେ ଘରକୁ ବର୍ଷାଙ୍କ ପାଖକୁ ଆସୁଥିବା ଲୋକଙ୍କ ସେ ଚିହ୍ନିନଥିବା ଅଭିଯୋଗରେ ଦର୍ଶାଇଛନ୍ତି ।

ସେ ଅଭିଯୋଗରେ କହିଛନ୍ତି ଯେ, ଲଗାତାର କିଛି ଦିନ ହେଲା ସେ ତାଙ୍କ ଘର ପାଖରେ କିଛି ଅଜଣା ଲୋକଙ୍କୁ ବୁଲୁଥିବା ଦେଖିବାକୁ ପାଉଛନ୍ତି । ଯେଉଁମାନେ ବିନା ଅନୁମତିରେ ହେଲମେଟ ପିନ୍ଧି ତାଙ୍କ ଘର ଆଗରେ ବୁଲୁଛନ୍ତି । ଯାହାଦ୍ୱାରା ତାଙ୍କ ପରିବାର ପ୍ରତି ବିପଦ ଥିବା ସେ ଦର୍ଶାଇଛନ୍ତି । ଅନ୍ୟପଟେ ସିସିଟିଭିରୁ ଦେଖିଥିବା ଫୁଟେଜକୁ ଆଧାର କରି ଅନୁଭବ କହିଛନ୍ତି, ତାଙ୍କ ଘରର ଅନେକ ନକଲି ଚାବି ପ୍ରସ୍ତୁତ ହୋଇଛି । ଯାହା ଫଳରେ ତାଙ୍କ ଘରୁ ବହୁ ମୂଲ୍ୟବାନ ଜିନିଷ ଚୋରି ହୋଇପାରେ ବୋଲି ସେ ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

four − two =