13ହଜାର ପରିବାରକୁ ବିଜୁ ପକ୍କା ଘର

ତିତଲି କ୍ଷତିଗ୍ରସ୍ତଙ୍କୁ ବାସଗୃହ

ଭୁବନେଶ୍ବର ()  ଗତ ଅକ୍ଟୋବର 11 ତାରିଖରେ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ସାମୁଦ୍ରିକ ଝଡ ତିତଲିର ପ୍ରଭାବରେ 11ଟି ଜିଲ୍ଲାରେ 13ହଜାର ପରିବାରର ଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି । ଏହିସବୁ ପରିବାରକୁ ବିଜୁ ପକ୍କା ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ 176 କୋଟି ଟଙ୍କା ଖର୍ଚ୍ଚ ହେବ ।

ଗୃହ ନିର୍ମାଣ କାର୍ଯ୍ୟକୁ ତ୍ବରିତ ବେଗରେ ସମ୍ପୁର୍ଣ୍ଣ କରିବା ଏବଂ ଏହି କାର୍ଯ୍ୟରେ ସ୍ବଚ୍ଛତା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ୱାର୍କ ଅଡରକୁ ଏକ ନିର୍ଦ୍ଧିଷ୍ଟ ତାରିଖରେ ବ୍ଲକ ସ୍ତରରେ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବିଜୁ ପକ୍କା ଘର ପାଇଁ ନିର୍ମାଣ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଘରୋଇ ବ୍ୟବସାୟୀଙ୍କ ସହିତ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠିମାନଙ୍କୁ ମଧ୍ୟ ଦାୟିତ୍ବ ଦେବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ସ୍ବୟଂ ସହାୟକ ଗୋଷ୍ଠିଗୁଡିକ ଅଧିକ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ । ଘରଗୁଡିକର ନିର୍ମାଣ ସାମଗ୍ରୀ ପ୍ରସ୍ତୁତି, ମିସ୍ତ୍ରୀ ପ୍ରଶିକ୍ଷଣ, କ୍ଷତିଗ୍ରସ୍ତ ଲୋକଙ୍କୁ ଜୀବିକା ସୁବିଧା ପ୍ରଦାନ ପାଇଁ ୟୁଏନଡିପିର ସହଯୋଗ ପାଇଁ ମଧ୍ୟ ଅନୁରୋଧ କରାଯିବ ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

twenty + 16 =