ରଥଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଚଳିତ ବର୍ଷ ରଥଯାତ୍ରା କୋଭିଡ କଟକଣା ରେ ବିନା ଭକ୍ତ ରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ର ଭର୍ଚୁଆଲ ସମୀକ୍ଷା ବୈଠକ କରିଛନ୍ତି ।ପୁରୀ ଜିଲାପାଳଙ୍କ ଅଫିସରରେ ଥିବା ଭିଡ଼ିଓ କନ୍ଫରେନ୍ସ କାର‌୍ୟ୍ୟାଳୟରେ ଏହି ଭର୍ଚୁଆଲ ବୈଠକରେ ଅନେକ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।
ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ପୁରୀ ଜିଲାପାଳ ସମର୍ଥ ବର୍ମା , ଏସପି କେ ବିଶାଳ ସିଂ, କେନ୍ଦ୍ରାଞ୍ଚଳ ଆଇ ଜି ନରସିଂହ ଭୋଳ, କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଏହି ବୈଠକରେ ଉପସ୍ଥିତ ଥିଲେ। ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ରେ ହେବ ସେ ନେଇ ଆଲୋଚନା ହୋଇଛି ।

Share

Leave a Reply

Your email address will not be published. Required fields are marked *

19 − eight =