ମହାପ୍ରଭୁଙ୍କ ନୌକାବିହାର ପାଇଁ ୨ଟି ଜଳକୁଣ୍ଡ ପ୍ରସ୍ତୁତ କରାଯିବ

ପୁରୀ() ଲକଡାଉନ କଟକଣା ପାଇଁ ଶ୍ରୀମନ୍ଦିର ଭିତରରେ ହିଁ ଅନୁଷ୍ଠିତ ହେବ ମହାବାହୁଙ୍କ ଚନ୍ଦନ ଯାତ୍ରା । ତେବେ ନରେନ୍ଦ୍ର ପୁଷ୍କରଣୀରେ ଯାହା ହେଉଥିଲା ତାହା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ନୌକାବିହାର ପାଇଁ ୨ଟି ଜଳକୁଣ୍ଡ ପ୍ରସ୍ତୁତ କରାଯିବ । ଶ୍ରୀମନ୍ଦିର ଭିତରେ ୨୧ ଦିନ ଧରି ଯାହା ନୀତିକାନ୍ତି ତାହା କରାଯିବ । ସେହିଭଳି ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହେବ ଅକ୍ଷୟ ତୃତୀୟା ନୀତି । ମହାପ୍ରଭୁଙ୍କ ନୀତିକାନ୍ତି ନେଇ ଚାଲିଥିବା ବୈଠକ ଶେଷ ହୋଇଛି । ତେବେ ଆସନ୍ତା କାଲି ସୂଚାରୁ ରୂପେ ନୀତିକାନ୍ତି କରିବାକୁ ବୈଠକରେ ନିଷ୍ପତି ନିଆଯାଇଛି ।

  ଲକଡାଉନକଟକଣା ଯୋଗୁଁ ମହାପ୍ରଭୁଙ୍କର କୌଣସି ପର୍ବ ବାହାରେ ହୋଇପାରିବ ନାହିଁ । ତେଣୁ ଶ୍ରୀମନ୍ଦିରର ପରମ୍ପରା ଓ ବିଧିକୁ କେମିତି ବଜାୟ ରଖି ହେବ, ସେଥିପାଇଁ ମହାପ୍ରଭୁଙ୍କ ସମସ୍ତ ପର୍ବକୁ ମନ୍ଦିର ଭିତରେ କରିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଦେଇଛନ୍ତି । ଅର୍ଥାତ ରଥ ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି , ଚନ୍ଦନଯାତ୍ରା ଓ ଅନ୍ୟାନ୍ୟ ସମସ୍ତ ନୀତି ମନ୍ଦିର ଭିତରେ ଆରମ୍ଭ ହେବ ।

Share

Leave a Reply

Your email address will not be published. Required fields are marked *

5 + twelve =