ଖାରବେଳଙ୍କୁ ମିଳିବ ପୋଲିସ ସୁରକ୍ଷା

ଉକôଳ ଭାରତର ସଭାପତି ଖାରବେଳ ସ୍ୱାଇଁଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ପୋଲିସ ଡିଜି ଆର ପି ଶର୍ମା ରାଜ୍ୟର ସବୁ ଏସପି ମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଖାରବେଳ ଯେଉଁ ସବୁ ସ୍ଥାନ ଗସ୍ତ କରିବେ ସେସବୁ ଅଂଚଳରେ ତାଙ୍କୁ ସୁରକ୍ଷା ଦେବା ସହିତ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ନିକଟରେ ଶ୍ରୀ ସ୍ୱାଇଁଙ୍କର କୋରାପୁଟର କାଶିପୁର ଓ କେନ୍ଦ୍ରାପଡାର ଆଳି ଗସ୍ତ ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ କରିବାକୁ ରାଜ୍ୟ ସରକାର ନିଦେ୍ର୍ଧଶ ଦେଇ ସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eight − six =