ଦୋକାନ ଖୋଲିବା ନେଇ ରାଜ୍ୟ ସରକାର ସର୍ତ୍ତ

ଭୁବନେଶ୍ୱର() ଦୋକାନ ଖୋଲିବା ନେଇ ରାଜ୍ୟ ସରକାର କିଛି ସର୍ତ୍ତ ରଖିଛନ୍ତି । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ପୌରାଞ୍ଚଳ ଓ ଜିଲ୍ଲା ସ୍ତରରେ ପଞ୍ଜିକୃତ ହୋଇଥିବା ଦୋକାନ ଖୋଲିବ । ସପ୍ ଆଣ୍ଡ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ୧୯୫୬ ଅଧିନରେ ପଞ୍ଜିକୃତ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ପୌରାଞ୍ଚଳ ବାହାରେ ଥିବା ମାର୍କେଟ କପ୍ଲେକ୍ସରେ ଦୋକାନ ଖୋଲିପାରିବ । ଦୋକାନରେ କେବଳ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ପିନ୍ଧିବା ଓ ସାମଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି । କେଉଁ ଦୋକାନ ଖୋଲିବ ଏନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସେହିପରି ସହରାଞ୍ଚଳରେ ମ୍ୟୁନସିପାଲଟି କମିଶନର ନିଷ୍ପତ୍ତି ନେବେ । କିନ୍ତୁ ସପିଂ ମଲ୍ ସପିଂ କମ୍ଲେକ୍ସ ଖୋଲିପାରିବ ନାହିଁ ବୋଲି ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

7 − one =