ହାକାଥନ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ମେକ ଇନ ଓଡିଶା କନକ୍ଳେଭ ଅବସରରେ ଆୟୋଜିତ 36 ଘଣ୍ଟିଆ ହାକାଥନ ପ୍ରତିଯୋଗିତାର ପ୍ରତିଯୋଗୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ 36 ଘଣ୍ଟିଆ ହାକାଥନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

ଏଥିରେ ଦେଶର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳରୁ 4038 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । 12ଟି ରାଜ୍ୟରୁ 84ଟି ଟିମ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଓଡିଶା ସମେତ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ନୂଆଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଓଡିଶାରୁ 45ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଅନ୍ୟ 11ଟି ରାଜ୍ୟରୁ 35ଟି ଦଳ ଭାଗ ନେଇଥିଲେ।

ଆଠଟି ବିଭାଗ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ଯଥାକ୍ରମେ 1ଲକ୍ଷ, 80ହଜାର ଓ 75 ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା । ଓଡିଶା ଓ ଓଡିଶା ବାହାର ରାଜ୍ୟର ଶ୍ରେଷ୍ଠ ଦଳକୁ ସ୍ୱତନ୍ତ୍ର ଭାବେ 75ହଜାର ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଚଳିତ ବର୍ଷ ଛାତ୍ରୀଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ପୁରସ୍କାର ରାଶି 25 ପ୍ରତିଶତ ବୃଦ୍ଧି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

five × 5 =