ବିଧାନସଭାକୁ ପୁଣି ସମନ ହୋଇପାରନ୍ତି ଆୟାର

ବିଧାୟକ ମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଏବଂ ଓଡିଶା କଳା ସଂସ୍କୃତିକୁ ନେଇ ଅରୁଚିକର ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହୋଇଥିବା ଅଭିଜିତ ଆୟାର ଆଜି ତୃତୀୟ ଥର ପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଛନ୍ତି । ଗୃହ କମିଟି ନିର୍ଦ୍ଦେଶ ଅନୁଯାଇ ଶ୍ରୀ ଆୟାର ତାଙ୍କର ସତ୍ୟପାଠ ଗୃହ କମିଟି ଆଗରେ ଦାଖଲ କରିଛନ୍ତି । ଆଜି ବିଧାନସଭା ଗୃହ କମିଟିର ଅଧକ୍ଷ ତଥା ବିରୋଧ ଦଳର ନେତା ନରସିଂହ ମିଶ୍ରଙ୍କ ଅଧକ୍ଷତାରେ ବସିଥିଲା । ଶ୍ରୀ ଆୟାର ଏଥିରେ ହାଜର ହୋଇ କରିଥିବା ଦୋଷ ସ୍ୱୀକାର କରି କ୍ଷମାପ୍ରାର୍ଥନା କରିଥିଲେ । ଗୃହ କମିଟି ଏ ସଂକ୍ରାନ୍ତରେ ଆୟାରଙ୍କ ଠାରୁ ଏକ ସତ୍ୟପାଠ ତଲବ କରିଥିଲେ । ଶ୍ରୀ ଆୟାର ନିର୍ଦ୍ଧାରିତ ସମୟରେ ତାଙ୍କର ସତ୍ୟପାଠ ଗୃହ କମିଟି ଅ।।ଗରେ ଦାଖଲ କରିପାରିନଥିଲେ ଆଜି ଗୃହ କମିଟି ତାଙ୍କୁ ସତ୍ୟପାଠ ପାଇଁ ଶେଷ ସୁଯୋଗ ଦେଇଥିଲା ଏବଂ ସେ ସତ୍ୟପାଠ ଦାଖଲ କରିଥିଲେ ।
ବୈଠକ ଶେଷରେ ଗୃହ କମିଟି ଅଧକ୍ଷ ଶ୍ରୀମିଶ୍ର କହିଥିଲେ ଯେ ଆୟାଙ୍କର ସତ୍ୟପାଠକୁ ଗୃହ କମିଟି ତର୍ଜମା କରିବା ପରେ ଆବଶ୍ୟକ ହେଲେ ପୁଣି ତାଙ୍କୁ ଗୃହ କମିଟିରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତି । ଆସନ୍ତା ୧୬ ତାରିଖ ଦିନ ବିଧାନସଭା ଅଧିବେଶନ ବସୁଥିବାରୁ ସେହି ସମୟ ଭିତରେ ଗୃହ କମିଟି ତାର ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବ ।

Share

Leave a Reply

Your email address will not be published. Required fields are marked *

eighteen + 2 =