ଜାଇଫଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟ ଜାଣନ୍ତି କି ?

ପ୍ରତ୍ୟେକ ରୋଷେଇ ଘରେ ଜାଇଫଳ ବ୍ୟବହାର ହୋଇଥାଏ । ଏହା ଏକ ଗୁଣକାରୀ ମସଲା । ଏହା ଭୋଜନକୁ ସ୍ୱାଦିଷ୍ଟ କରିବାରେ ସାହାର୍ଯ୍ୟ କରିଥାଏ । ଏବଂ ସୁଗନ୍ଧ ଯୁକ୍ତ ଖାଦ୍ୟ ମଧ୍ୟ ହୋଇଥାଏ । ଜାଇଫଳରେ ଫାଇବର ,ଅଂଟିଆକ୍ସିଡେଂଟ,ଭିଟାମିନ ଓ ମିନେରାଲସ ଆଦି ପୋଷାକ ତତ୍ୱ ରହିଥାଏ । ଯାହାପାଇଁ ଅନେକ ରୋଗ ମଧ୍ୟ ଭଲହୋଇଥାଏ । ଜାଇଫଳ ଏସୀୟ ମହାଦେଶର ଫଳ ଏବଂ ଏହା ଇଣ୍ଡୋନେସିଆ ପାଖ ଦୀପରେ ଦେଖିବାକୁ ମିଳେ ।
ଜାଇଫଳର ଉପକାରିତା
ଗଣ୍ଠି ରୋଗରୁ ରକ୍ଷ୍ୟ କରିଥାଏ
ଯଦି ଆପଣଙ୍କ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଅଛି ତେବେ ଜାଇଫଳ ତେଲ ବାହାର କରି ବ୍ୟବହାର କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
ପାଇଲସ
ପାଇଲସ କିମ୍ବା କବ୍ଚ ଭଳି ସମସ୍ୟା ଥିଲେ ଜାଇଫଳ ବ୍ୟବହାର କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହି ଜାଇଫଳକୁ ଦେଶୀ ଘିଅ ସହ ମିଶ୍ରଣ କରି ସେବନ କରନ୍ତୁ ସମସ୍ୟା ଦୂର ହେବ ।
ମୁଣ୍ଡ ବ୍ୟଥା
ଲୋକେ ନିଜ ଦୈନିକ ଜୀବନରେ ବ୍ୟସ୍ତ ରହିଥାନ୍ତି । ଯାହାଦ୍ୱାରା ନିଜ ସ୍ୱାସ୍ଥ୍ୟର ଯନô୍ ନେଇପାରନ୍ତି ନାହିଁ । ମୁଣ୍ଡ ବ୍ୟଥା ସମସ୍ୟା ଅନେକ ଲୋକ ଭୋଗିଥାନ୍ତି । ଯଦି ଆପଣ ଏହି ସମସ୍ୟା ଅଛି ତେବେ କଂଚା କ୍ଷୀରରେ ଜାଇଫଳ ମିଶ୍ରଣ କରି ସେବନ କରନ୍ତୁ ।
ଏସିଡିଟି
ଅନିୟମିତ ଖାଦ୍ୟ ପେୟ କାରଣରୁ ପେଟରେ ଏସିଡିଟି କାରଣରୁ ଛାତି ଜଳାପୋଡା ସମସ୍ୟା ଦେଖାଦେଇଥାଏ । ଯଦି ଏହି ସମସ୍ୟା ଅଛି ତେବେ ଜାଇଫଳକୁ ଗୁଣ୍ଡ କରିକି ପାଣିରେ ସେବନ କରନ୍ତୁ ଏହି ସମସ୍ୟା ଦୂର ହୋଇଥାଏ ।
ଥଣ୍ଡା ଜ୍ୱର
ଜାଇଫଳ ଦ୍ୱାରା ଥଣ୍ଡା ଜ୍ୱର ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏ ଆୟୁବେଦିକ ଔଷଧ ବୋଲି ଲୋକ ମାନିଥାନ୍ତି । ଜାଇଫଳକୁ କପଡାରେ ବାନ୍ଧି ଶୁଙ୍ଘିବା ଦ୍ୱାରା ଥଣ୍ଡା ଜ୍ୱର ସମସ୍ୟା ଦୂର ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

one × five =