ପୁରା ଦେଶରେ ଗ୍ୟାସ ବୁକିଂ ଲାଗି ଗୋଟିଏ ନମ୍ବର

ଭୁବନେଶ୍ୱର()  ସାରା ଭାରତରେ ଇଣ୍ଡିଆନ ଅଏଲର ଇଣ୍ଡେନ ଗ୍ୟାସ ବୁକିଂ ଗୋଟିଏ ମୋବାଇଲ ନମ୍ବରରେ ହେବ । ସେହି ନମ୍ବରଟି ହେଉଛି ୭୭୧୮୯୫୫୫୫୫ । ଆସନ୍ତା ୩୧ ତାରିଖ ଅର୍ଦ୍ଧରାତି୍ରରୁ ଉପଭୋକ୍ତାଙ୍କ ପାଇଁ ଏହି ନମ୍ବର ଦିନରାତି ୨୪ ଘଣ୍ଟା ଉପଲବ୍ଧ ହେବ । ଯଦି ଜଣେ ଉପଭୋକ୍ତା ଗୋଟିଏ ଟେଲିକମ ସର୍କଲରୁ ଅନ୍ୟ ଏକ ଟେଲିକମ ସର୍କଲକୁ ସ୍ଥାନାନ୍ତର ହୁଅନ୍ତି ତାଙ୍କୁ ଆଉ ଭିନ୍ନ ଭିନ୍ନ ନମ୍ବରରେ ଗ୍ୟାସ ବୁକିଂ ଜନିତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ବର୍ତ୍ତମାନ ଏଲପିଜି ରିଫିଲ ବୁକିଂ ପାଇଁ ଚାଲୁଥିବା ଫୋନ ନମ୍ବରଟି ୩୧ ତାରିଖ ଅର୍ଦ୍ଧରାତି୍ରରୁ ଅଚଳ ହୋଇଯିବ ଏବଂ ନୂଆ ବୁକିଂ ନମ୍ବରଟି କାର୍ଯ୍ୟ ଆରମ୍ଭ କରିବ । ତେବେ ଏଲପିଜି ବୁକିଂ କେବଳ ଉପଭୋକ୍ତାଙ୍କ ନମ୍ବର ପୂର୍ବରୁ ପଞ୍ଜୀକୃତ ନଥାଏ, ତେବେ ଉପଭୋକ୍ତା ୧୬ ଅଙ୍କ ବିଶିଷ୍ଟ କଞ୍ଜୁ୍ୟମର ନମ୍ବର ଦେଇ ନିଜ ମୋବାଇଲ ନମ୍ବର ପଞ୍ଜୀକୃତ କରିପାରିବେ । ଆଇଭିଆରଏସ କଲରେ ଏହାର ପ୍ରମାଣକରଣ କରାଯିବ । ଫଳରେ ମୋବାଇଲ ନମ୍ବର ପଞ୍ଜୀକୃତ ହେବା ସହ ଏଲପିଜି ରିଫିଲ ବୁକିଂ ମଧ୍ୟ ଗୃହୀତ ହୋଇଯିବ ।

Share

Leave a Reply

Your email address will not be published. Required fields are marked *

four × 3 =