ସରାକାରୀ ମେଡିକାଲରେ ବଢିବ ଆଇସିୟୁ ଶଯ୍ୟା ସଂଖ୍ୟା

ଭୁବନେଶ୍ବର () ରାଜ୍ୟର ସରକାରୀ ଡାକ୍ତଖାନାଗୁଡିକରେ ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଇ.ସି.ୟୁ ଶଯ୍ୟା ବୃଦ୍ଧି କରାଯିବ  । ଏଥିସହ ନୂଆ ଆଇ.ସି.ୟୁ ମଧ୍ୟ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ବ ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା । ସ୍ବାସ୍ଥ୍ୟ ବିଭାଗର ଭିତିଭୂମିର ବିକାଶ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିବା ଅବସରରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସରକାରୀ ମେଡିକାଲ କଲେଜ ଓ ହସପିଟାଲ ସମେତ କ୍ୟାପିଟାଲ ହସପିଟାଲ, ଶିଶୁ ଭବନ, ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଡାକ୍ତରଖାନାମାନଙ୍କରେ ରୋଗୀ ସଂଖ୍ୟା ଦୃଷ୍ଟିରୁ ଆଇ.ସି.ୟୁ କିମ୍ବା ହାଇ ଡିପେଣ୍ଡାନ୍ସି ୟୁନିଟ୍ ପ୍ରତିଷ୍ଠା କରାଯିବା ସଂପର୍କରେ ଅନୁଶୀଳନ କରି ଖୁବ୍ଶୀଘ୍ର ବିଧିବଧ ପ୍ରସ୍ତାବ ଦେବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଆବଶ୍ୟକ ମାନବ ସମ୍ବଳର ଆବଶ୍ୟକତା ମଧ୍ୟ ଦର୍ଶାଇବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଭିତିଭୂମିର ବିକାଶ ପାଇଁ ନିର୍ମାଣାଧୀନ ନୂତନ ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରି ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବା ଏବଂ ଯେଉଁ ସବୁ ପ୍ରକଳ୍ପଗୁଡିକର କାର୍ଯ୍ୟ ଆରମ୍ଭ ହୋଇନାହିଁ, ସେହି ସବୁର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ସେ କହିଛନ୍ତି । ସେହିପରି ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ସେ ସମୀକ୍ଷା କରି ଏହାକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସଚିବାଳୟ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ କ୍ଷମତାପନ୍ନ କମିଟି ଚେୟାରମ୍ୟାନ ଡାଃ ଟି.ପି.ଦାସଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

4 × 3 =