ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଆମିକସକ୍ୟୁରୀ

ପୁରୀ —ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ନିଯୁକ୍ତ ଆମିକସକ୍ୟୁରୀ ଆଜି ଏଠାରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ଶ୍ରୀମନ୍ଦିରର ରୀତିନୀତି ପରମ୍ପରା ଓ ସେବା ଆଦି ସଂମ୍ପର୍କରେ ଆଲୋଚନା କରିଥିଲେ । ଏହା ପରେ ସେ ଶ୍ରୀମନ୍ଦିର ପ୍ରଶାସକ ବିପି ଦାସ କମିଶନ , ସେବାୟତ ସଂଘ, ଗବେଷକ ବିଶିଷ୍ଟ ବ୍ୟକ୍ତି ଜଗନ୍ନାଥ ପ୍ରେମି ଭକ୍ତ ଓ ଅନ୍ୟାନ୍ୟ ଲୋକ ମାନଙ୍କ ସହିତ ଆଲୋଚନା କରିବେ । ଆସନ୍ତାକାଲି ପର୍ଯ୍ୟନ୍ତ ସେ ଏଠାରେ ଅବସ୍ତାନ କରିବେ । ଏହା ପରେ ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ପରେ ସେ ସୁପ୍ରିମକୋର୍ଟକୁ ତାଙ୍କର ପରାମର୍ଶ ଦେବେ ।

Share

Leave a Reply

Your email address will not be published. Required fields are marked *

five × 3 =