ମୁଖ୍ୟମନ୍ତ୍ରୀଙ୍କୁ ଜି.ଉଦୟଗିରି କ୍ରୀଡା ପ୍ରେମୀଙ୍କ ପ୍ରଶଂସା

କନ୍ଧମାଳ: ଜି.ଉଦୟଗିରିରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ନେଇ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଧାୟକଙ୍କ ସମେତ ସ୍ଥାନୀୟ ଅଞ୍ଚଳର କ୍ରୀଡା ପ୍ରେମୀ । ପ୍ରଥମେ ଅଞ୍ଚଳର ଶତାଧିକ କ୍ରୀଡ଼ାପ୍ରେମୀ ହକି ଜର୍ସୀ ପିନ୍ଧି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସହ ସହରରେ ଏକ ଶୋଭାଯାତ୍ରା କରିଥିଲେ। ଅଞ୍ଚଳର ଯୁବ ଗୋଷ୍ଠୀ ଓ କ୍ରୀଡା ପ୍ରେମୀଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍ସାହିତ କରିବାକୁ ୬ କୋଟି ଟଙ୍କା ଅଟକଳରେ ଜି.ଉଦୟଗିରି ସହରରେ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ଘୋଷଣା କରିଥିବା ଯୋଗୁଁ ଉପସ୍ଥିତ ବିଜେଡି କର୍ମୀ, ନେତା, କ୍ରୀଡା ପ୍ରେମୀଙ୍କ ସମେତ ନିଜେ ବିଧାୟକ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁୟସୀ ପ୍ରଶଂସା କରିଥିବା ବେଳେ ଏହା ନୂତନ କ୍ରୀଡା ପ୍ରତିଭା ମାନଙ୍କୁ ଚିହ୍ନଟ କରିବାରେ ସହଜ ହେବ ବୋଲି ଅଞ୍ଚଳବାସୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ନଗର ବିଜେଡି ସଭାପତି ଗୋପାଳକୃଷ୍ଣ ମହାପାତ୍ର, ନଗର ମହିଳା ବିଜେଡି ସଭାନେତ୍ରୀ ଭାନୁପ୍ରଭା ମିଶ୍ର, ବ୍ଳକ ବିଜେଡି ସଭାପତି ଲିଙ୍ଗରାଜ କହଁର, ବିଧାୟକ ପ୍ରତିନିଧି ପି.ରାଜାରାଓ ପାତ୍ର, ବରିଷ୍ଠ ବିଜେଡି ନେତା ଲେକଚରର ବୁଲିଆନ, ଦେବନାଥ ଦଳବେହେରା, ସୁଶିଲ ପାଣିଗ୍ରାହୀ,ଏମ୍ ଡି ଆଲମାସ, ପ୍ରକାଶ ରଥ, କିଶୋର ନାୟକ, ଯୁବ ବିଜେଡି ସଭାପତି ଛଟନ କୁମାର ନାୟକ, ଛାତ୍ର ସଭାପତି ଅମିତ ପ୍ରଧାନ ପ୍ରମୁଖ ସାମିଲ ହୋଇ ଥିଲେ।

Share

Leave a Reply

Your email address will not be published. Required fields are marked *

one × one =