ଭାଇଭଉଣୀଙ୍କର ସନ୍ଦେହଜନକ ମୃତ୍ୟୁ

ବରଗଡ଼: ରାଖୀ ପୂର୍ଣ୍ଣିମା ପୂର୍ବରୁ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସିଂହପାଲି ଗାଁରେ ଭାଇଭଉଣୀଙ୍କର ସନ୍ଦେହ ଜନକ ଭାବେ ମତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବିକାଶ ମେହେର (୨୩) ଓ ମୀନତି ମେହର(୨୦)।ସୂଚନା ଅନୁସାରେ, ଗତକାଲି ରାତିରେ ଦାଶରଥି ମେହେରଙ୍କ ପୁଅ ବିକାଶ ଓ ଝିଅ ମୀନତି ଖାଇ ପିଇ ଶୋଇଥିଲେ  ହେଲେ ଆଜି ସକାଳେ ସେମାନେ ଆଉ ବିଛଣାରୁ ଉଠି ନଥିଲେ। ସେମାନଙ୍କର ମୃତ୍ୟୁ ହୋଇସାରିଥିଲା।ଏନେଇ  ପରିବାର ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଂଚି  ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ା

Share

Leave a Reply

Your email address will not be published. Required fields are marked *

18 − thirteen =