‘ମୋ ବସ’ ଦେଶର ଶ୍ରେଷ୍ଠ ବସ ସେବା

ଭୁବନେଶ୍ୱର () ରାଜ୍ୟ ସରକାରଙ୍କ ମୋ ବସ ସେବା ଦେଶର ଅନ୍ୟ ରାଜ୍ୟ ପାଇଁ ଏକ ଉଦାହାରଣ ହୋଇଥିବା ବେଳେ ଏହାକୁ ଦେଶର ଶ୍ରେଷ୍ଠ ବସ ସେବା ଭାବେ ପୁରସ୍କୃତ କରାଯାଇଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷେ୍ନରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ଆୟୋଜିତ ୧୨ତମ ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସ କମ ଏକସ୍ପୋ-୨୦୧୯ କାର୍ଯ୍ୟକ୍ରମରେ ଏହି ପୁରସ୍କାର ମିଳିଛି ।

‘ମୋ ବସ୍’ ସେବାକୁ ଚଳିତ ମାସ ୬ ତାରିଖ ଏକ ବର୍ଷ ପୂରଣ ହୋଇଛି । ଏହି ଏକ ବର୍ଷ ୧୧ ଦିନର ଯାତ୍ରା ମଧ୍ୟରେ ମୋ ବସ ସେବା ଦେଶ ପାଇଁ ଉଦାହରଣ ପାଲଟିଛି । ରାଜ୍ୟ ବାହାର ଅର୍ଥାତ ବିଦେଶରୁ ଯେଉଁମାନେ ଭୁବନେଶ୍ୱର ଆସି ମୋ ବସରେ ଯାତ୍ରା କରୁଛନ୍ତି, ସେମାନେ ବହୁ ପ୍ରଶଂସା କରୁଛନ୍ତି ।

୨୦୧୮ ନଭେମ୍ବର ୬ ତାରିଖରେ ‘ମୋ ବସ୍’ ସେବା ଅ ।ରମ୍ଭ ହୋଇଥିଲାୟ ଉଦଘାଟନୀ ଅବସରରେ ପ୍ରଥମ ‘ମୋ ବସ’ ଭୁବନେଶ୍ୱରରୁ କଟକ ଗଡ଼ିଥିଲା । ପୁରୁଷ ହକି ବିଶ୍ୱକପ୍ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ମୋ ବସ୍ ଯେଜନା ଆଜି ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀ ପାଇଁ ଏକ ଲୋକପ୍ରିୟ ବସ ସେବା ବ୍ୟବସ୍ଥା ହୋଇପାରିଛି ।

ଯାତ୍ରୀମାନେ କମ ସମୟରେ ଓ ଠିକ ମୂଲ୍ୟରେ ଅତ୍ୟାଧୁନିକ ସୁବିଧା ପାଇ ପାରୁଛନ୍ତି । ମୋ ବସରେ ଥିବା ଡିଜିଟାଲ ବ୍ୟବସ୍ଥା ଓ ସୂଚନା ଯାତ୍ରୀମାନଙ୍କୁ ଅଧିକ ଖୁସି ଯୋଗାଉଛି । ଆପ ମାଧ୍ୟମରେ ବସ ଚଳାଚଳ ସମ୍ପର୍କିତ ସୂଚନା ମଧ୍ୟ ମିଳି ପାରୁଛିୟ ରାଜ୍ୟ ପ୍ରମୁଖ ସହର ଭୁବନେଶ୍ୱର, କଟକ ଓ ପୁରୀରେ ଏବେ ପାଖାପାଖି ୨୦୦ ବସ୍ ଚାଲୁଛି । ଆଗାମୀ ଦିନରେ ଏହି ସେବା ଆହୁରି ଅଧିକ ହେବ ବୋଲି ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

five × two =