ବିଜେପି ବନାମ ବିଜେଡ଼ି ଭାୟା ଧାନ କିଣା

ଭୁବନେଶ୍ୱର: ଧାନ କିଣା ନେଇ ବିଜେପି ରୀଜନୀତି କରୁଛି ବୋଲି କହି କଡା ସମାଲୋଚନା କରିଛି ବିଜେଡି । ବିଜେପି ଏ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦିବା ସହ ବିଭ୍ରାନ୍ତିକର ତଥ୍ୟ ଦେଉଛି ବୋଲି ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି । ପ୍ରେସମିଟରେ ସ୍ନେହାଙ୍ଗିନୀ କହିଛନ୍ତି ଯେ, ଆସନ୍ତା ୨୦ ତାରିଖରେ ସବୁ ଏଫସିଆଇ ଗୋଦାମ ଆଗରେ ବିଜେଡି ଧାରଣା ଦେବ । କେବେ ଧାନ କିଣାଯିବ, ତାହା କେନ୍ଦ୍ର ସ୍ଥିର କରିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟୋକନ ସିଷ୍ଟମରେ ଦଲାଲଗିରି ଚଳିବ ନାହିଁ । ଏହା ଦ୍ୱାରା ଚାଷୀମାନେ ନିର୍ଦ୍ଧାରିତ ସମୟରେ ଧାନ ବିକିପାରିବେ । ବ୍ୟାଙ୍କରେ ବନ୍ଧାପଡି ରାଜ୍ୟ ସରକାର ଚାଷୀଙ୍କ ଧାନ କିଣୁଛନ୍ତି । କେନ୍ଦ୍ର ସରକାର ବକେୟା ୬ ହଜାର ୫୭୦ କୋଟି ଟଙ୍କା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ନେତ୍ରୀ । ଏହାଛଡା ବଳକା ୭ ଲକ୍ଷ ମେଟ୍ରିକ ଟନ ଚାଉଳ କେନ୍ଦ୍ର କେବେ ନେବ ବୋଲି ସେ ପ୍ରଶ୍ନ କରିଛନ୍ତି । ଧାନ କିଣା ସମୟ ବଢାଇବାକୁ ବି ସେ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

six + eight =