ଆଉ ଶିବର ଚିକିତ୍ସାରେ ବାଧକ ହେବନି ଅର୍ଥ

ବ୍ରହ୍ମପୁର () ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଜଣେ ନିରାଶ୍ରୟ ରୋଗୀଙ୍କୁ ସାହା ହୋଇଛନ୍ତି । ବ୍ରହ୍ମପୁର ସିଟି ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଶିବ ଶଙ୍କରଙ୍କୁ ବିଧାୟକ ଭେଟି ସବୁ ପ୍ରକାର ସହୟତାର ଆଶ୍ୱାସନା ଦେବା ସହ ତାର ଉପଯୁକ୍ତ ଚିକିତ୍ସା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

ବିଧାନସଭା ଅଧିବେଶନ ପାଇଁ ଭୁବନେଶ୍ୱରରେ ଥିବା ସମୟରେ ଶିବ ଶଙ୍କର ବିଷୟରେ ଶୁଣି କିଛି କର୍ମୀଙ୍କୁ ଡାକ୍ତରଖାନା ପଠାଇ ଶିବ ଶଙ୍କରଙ୍କ ଚିକିତ୍ସାରେ ସହଯୋଗ କରିବାକୁ କହିଥିଲେ । ଆଜି ସେ ନିଜ ସିଟି ହସ୍ପିଟାଲ ଯାଇ ଶିବ ଶଙ୍କରଙ୍କୁ ଭେଟିବା ସହ ତାଙ୍କର ସମ୍ପୁର୍ଣ୍ଣ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ତେଣୁ ଶିବ ଶଙ୍କରର ଚିକିତ୍ସା ପାଇଁ ଅର୍ଥ ଆଉ ବାଧକ ସାଜିବନି ।

ଶିବ ଶଙ୍କରଙ୍କୁ ଏମକେସିଜିକୁ ପଠାଇ ସେଠାରେ ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରାଯିବ ବୋଲି କହିଛନ୍ତି ବିକ୍ରମ । ଶିବ ଆଗାମୀ ଦିନରେ କେବଳ ସୁସ୍ଥ ହେବେନି ବରଂ ଏକ ଉତ୍ତମ ଜୀବନଜାପନ କରିବେ, ଏଭଳି ପ୍ରତିଶୃତି ଦେଇଛନ୍ତି ବ୍ରହ୍ମପୁର ବିଧାୟକ । ପରେ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଶିବଙ୍କ ଚିକିତ୍ସା ବାବଦରେ କଥା ହୋଇଥିଲେ ।

ଗତ ଜୁଲାଇ ମାସରେ ଗଜପତି କାଶିନଗରଠାରେ ଏକ ହୋଟେଲରେ କାମ କରୁଥିବା ସମୟରେ ଶିବ ତତଲା ତେଲ ଭରା କଡେଇରେ ପଡିଯାଇଥିଲେ । ଶିବର ସ୍ୱାସ୍ଥାବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାର ଦେଖାଶୁଣା କରିବାକୁ କେହି ନାହାଁନ୍ତି । ପୋଡା ମୁହଁ ଓ ଜ୍ୱାଳାରେ ଜର୍ଜରିତ ଶିବ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ତା ପତ୍ନୀ ତାକୁ ଛାଡି ଚାଲିଗଲା । ଏଭଳିସ୍ଥିତିରେ ସେ ବଞ୍ଚିବାକୁ ଚାହୁଁନାହିଁ ।

ଜିଲ୍ଲା ପ୍ରଶାସନ ଶିବଙ୍କ ପାଇଁ ସହୟତାର ହାତ ବଢାଇ ତାର ଚିକିତ୍ସା ପାଇଁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲା । ଏବେ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ପରେ ରାଜ୍ୟ ଚିକିତ୍ସା ପାଣ୍ଠିରୁ ତାର ସମ୍ପୁର୍ଣ୍ଣ ମାଗଣା ଚିକିତ୍ସା ହେବ ।

Share

Leave a Reply

Your email address will not be published. Required fields are marked *

9 − 2 =