ଶପଥ ନେଲେ ସାବିତ୍ରୀ ଅଗ୍ରୱାଲ

ଭୁବନେଶ୍ବର () ଆଜି ପାଟକୁରାର ନବନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରୱାଲ ପଦ ଓ ଗୋପନିୟତାର ଶପଥ ନେଇଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ତାଙ୍କୁ ଏହି ଶପଥ ପାଠ କରାଇଛନ୍ତି । ସେ 5ଟା 20ରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଶପଥ ନେବା ପରେ 5ଟା 26ରେ ବିଧାନସଭା କାର୍ଯ୍ୟରେ ଯୋଗ ଦେଇଥିଲେ । ଆଜି ବିଧାନସଭାରେ ତାଙ୍କର ପ୍ରଥମ ଦିନ । ଗତ 20 ତାରିଖରେ ପାଟକୁରା ବିଧାନସଭା ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ 24 ତାରିଖ ଗଣତିରେ ସେ 17ହଜାର 920 ଖଣ୍ଡ ଭୋଟରେ ଜିତିଛନ୍ତି । ସାବିତ୍ରୀଙ୍କ ଶପଥ ଗ୍ରହଣ ସମୟରେ ବିଜେଡିର ସବୁ ମହିଳା ବିଧାୟିକା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

20 − 19 =