କଳିଙ୍ଗ ହସ୍ପିଟାଲରେ ରେଡ 

ଭୁବନେଶ୍ବର()  କଳିଙ୍ଗ ହସ୍ପିଟାଲରେ ରେଡ । ସ୍ୱାସ୍ଥ୍ୟ ବିଭାଗର ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଏହି ରେଡ କରାଯାଇଛି । ଚଢାଉ ବେଳେ ୬ଟି ସାମଗ୍ରୀ ନିମ୍ନମାନର ଔଷଧ ଜବତ ହୋଇଛି ।ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ୩ ଜଣ ଅଧିକାରୀ କଳିଙ୍ଗ ହସ୍ପିଟାଲ ଉପରେ ଆଜି ଅଚାନକ୍ ଚଢାଉ କରିଥିଲେ ।

ଅନ୍ୟପଟେ ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲର କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରିବା ସହ ବିବାଦ ଘେରକୁ ଆସିଥିଲା । ଯେଉଁଥିପାଇଁ ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍ ପଡିଥିଲା କଳିଙ୍ଗ ହସ୍ପିଟାଲ । ବିଧାୟକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ବିଧାନସଭାରେ ଉଠିବାରୁ ଏହା ଉପରେ ବାଚସ୍ପତି ରୁଲିଂ ଦେଇଥିଲେ ।

 

Share

Leave a Reply

Your email address will not be published. Required fields are marked *

18 − thirteen =