ପ୍ରଦୂଷଣ ମୁକ୍ତ ହେବ ମହାନଦୀ: ରାଷ୍ଟ୍ରପତି

ନୂଆଦିଲ୍ଲୀ ()  ଆଜି ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଅଭିଭାଷଣ ରଖିବା ସମୟରେ ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି ।

ସେ କହିଛନ୍ତି, ଦେଶ ବଦଳୁଛି । ଅଧିକ ସଂଖ୍ୟକ ମହିଳା ଲୋକସଭାକୁ ନିର୍ବାଚିତ ହେବା ଏହା ଦର୍ଶାଉଛି । ସମସ୍ତଙ୍କ ବିକାଶର ଲକ୍ଷ୍ୟ ନେଇ କାମ କରୁଛନ୍ତି ସରକାର । ଏହାସହ ନମାମି ଗଙ୍ଗା ଭଳି ମହାନଦୀକୁ ପ୍ରଦୂଷଣ ମୁକ୍ତ କରାଯିବ । ଦେଶର ବିଭିନ୍ନ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଚେଷ୍ଟିତ । ନମାମି ଗଙ୍ଗେ ଯୋଜନାରେ ଗଙ୍ଗା ନଦୀକୁ ଛଡା ଯାଉଥିବା ଆବର୍ଜନାକୁ ବନ୍ଦ କରାଯିବ । ଗଙ୍ଗା ନଦୀ ଭଳି ସରକାର କାବେରୀ, ପେରିୟାର, ନର୍ମଦା, ଯମୁନା, ମହାନଦୀ ଏବଂ ଗୋଦାବରୀ ଭଳି ଅନ୍ୟ ନଦୀକୁ ପ୍ରଦୂଷଣରୁ ମୁକ୍ତ କରାଯିବ । ଗତ କିଛି ବର୍ଷ ଧରି ଦେଶର ବିଭିନ୍ନ ନଦୀ ପ୍ରଦୂଷିତ ହେବାରେ ଲାଗିଛି । ଯେଉଁଥିରୁ ଓଡିଶାର ଜୀବନ ରେଖା କୁହାଯାଉଥିବା ମହାନଦୀ ବାଦ ପଡିନାହିଁ ।

ଆହୁରି ରାଷ୍ଟ୍ରପତି କହିଛନ୍ତି ଯେ, ୨୦୨୨ ସୁଦ୍ଧା ସରକାର ନୂଆ ଭାରତ ନିର୍ମାଣ ଲକ୍ଷ୍ୟ ହାସଲ କରିବେ । ସମାଜର ଶେଷ ବ୍ୟକ୍ତି ଯାଏଁ ବିକାଶ ପହଁଚାଇବା ହେଉଛି ସରକାରଙ୍କ ଲକ୍ଷ୍ୟ । କୃଷକ, ମହିଳା ଓ ଯୁବବର୍ଗଙ୍କ ପାଖରେ ବିକାଶ ପଂହଚିବ । ଛୋଟ ବ୍ୟବସାୟୀଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ ହେବ । ଏହାଦ୍ୱାରା ୩ କୋଟି ଛୋଟ ବ୍ୟବସାୟୀ ଲାଭବାନ ହେବେ । ୨୦୨୪ ଯାଏଁ ଭାରତ ଏକ ଦୃଢ ଅର୍ଥବ୍ୟବସ୍ଥା ହେବ । ରାଜ୍ୟ ସହିତ ମିଶି ବ୍ୟବସାୟକୁ ଅଧିକ ସରଳ କରାଯିବ । ସେହିଭଳି ଜିଏସଟିକୁ ସରଳ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

Share

Leave a Reply

Your email address will not be published. Required fields are marked *

sixteen − nine =