ବିଶ୍ୱକପରୁ ଆଉଟ ହୋଇପାରନ୍ତି ଏହି ଖେଳାଳି

ଟିମ ଇଣ୍ଡିଆକୁ ଆଉ ଏକ ଝଟକା ଲାଗିଛି । ଭାରତୀୟ ଟିମର ଖେଳାଳି ବିଜୟ ଶଙ୍କର ମଧ୍ୟ ଟିମରୁ ବାହାରି ପାରନ୍ତି । ବୁଧବାର ଦିନ ବର୍ଷା ହେଉଥିବାବେଳେ ଭାରତୀୟ ଖେଳାଳି ଅଭ୍ୟାସ ମ୍ୟାଚ ଖେଳୁଥିଲେ ।

ଅଭ୍ୟାସ ମ୍ୟାଚ ବେଳେ ବିଜୟ ଶଙ୍କରଙ୍କ ଗୋଡ ଆଙ୍ଗୁଠିରେ ଆଘାତ ହୋଇଥିଲା । ଆଘାତ ବେଶୀ ଗଭୀର ନହୋଇଥିଲେ ମଧ୍ୟ ଇଣ୍ଡିଆ ଟିମ ମନରେ ଏକ ଡର ରହିଛି । ଯଦି ବିଜୟ ଶଙ୍କର ପୁଣି ଟିମରୁ ବାହାରିଯିବେ ତାହେଲେ ତାଙ୍କ ବଦଳରେ ମ୍ୟାଚ କିଏ ଖେଳିବେ ସେନେଇ ଟିମ ଇଣ୍ଡିଆ ଚିନ୍ତାରେ ପଡିଯାଇଥିଲା । କିନ୍ତୁ ଡାକ୍ତର କହିଛନ୍ତି ତାଙ୍କୁ ଗଭୀର ଆଘାତ ହୋଇନାହିଁ ।

ଟିମ ଏବେ ଯାଏଁ କୌଣସି ମ୍ୟାଚ ହାରିନାହିଁ । ଟିମ ଇଣ୍ଡିଆ ଏପର୍ୟ୍ୟନ୍ତ ବିଜୟ ରଥରେ ସବାର ହୋଇଚାଲିଛି । ଶିଖର ଧୱନ ଟିମରୁ ବାହାରିବା ପରେ ଟିମ ଇଣ୍ଡିଆକୁ ବଡ ଝଟକା ଲାଗିଥିଲା । ଆଙ୍ଗୁଠି ଫ୍ରାକଚର ହୋଇଥିବା ଯେଗୁଁ ସେ ଟିମରୁ ବାହାରି ଯାଇଛନ୍ତି । ଅପରପକ୍ଷରେ ବୋଲର ଭୁବନେୱର କୁମାର ମଧ୍ୟ ଆହତ ଯୋଗଁ ଟିମରୁ ବାହାରି ଯାଇଛନ୍ତି । ସେ ଆଗାମୀ କେତୋଟି ମ୍ୟାଚ ଖେଳି ପାରିବେନାହିଁ ।

Share

Leave a Reply

Your email address will not be published. Required fields are marked *

fifteen + nineteen =