ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ଘରୁ ଡାକି ନେଇ ହତ୍ୟା

ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ନେଇ କିଛି ଦୁବୃର୍ତ୍ତ ହତ୍ୟା କରିଛନ୍ତ । ପ୍ରଥମେ କିଛି ଦୁବୃର୍ତ୍ତ ଘରକୁ ଆସିଥିଲେ । ରାମଚନ୍ଦ୍ରଙ୍କୁ ଘରୁ ଡାକିନେଇଥିଲେ । ହାତ ଗୋଡ ସହିତ ଶରୀର ବିଭିନ୍ନ ଅଂଶକୁ ହାଣିଦେଇଥିଲେ ଦୁବୃର୍ତ୍ତ । ତେବେ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଷିପୁରା ଥାନା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ୩ ଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । ରାମଚନ୍ଦ୍ର ୨୦୧୪ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ରାମଚନ୍ଦ୍ର ୧୫, ୮୪୯ ଖଣ୍ଡ ଭୋଟ୍ ପାଇଁ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲେ ।

ସୂଚନା ଅନୁସାରେ ଆଜି ବିଜେଡିରେ ସାମିଲ ହୋଇଥାନ୍ତେ ହତ୍ୟାକାଣ୍ଡର ଶିକାର ହୋଇଥିବା ରାମଚନ୍ଦ୍ର ବେହେରା । ଏନେଇ ସମସ୍ତ କଥାବାର୍ତା ସରିଥିବାବେଳେ ମନ୍ତ୍ରୀ ବଦ୍ରୀପାତ୍ରଙ୍କ ଉପସ୍ଥିତିରେ ଆଜି ବିଜେଡିରେ ବିଧିବଦ୍ଧ ସାମିଲ ହୋଇ ଥାନ୍ତେ । କୁହାଯାଉଛି ବିଜେଡିରେ ରାମଚନ୍ଦ୍ର ସାମିଲ ହେବାକୁ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ ଆଉ ଏକ ଗୋଷ୍ଠି ।
ଯାହାକୁ ନେଇ ଗତ କିଛି ଦିନ ଧରି ଛକାପଞ୍ଜା ଲାଗି ରହିଥିବା ଅନୁମାନ କରାଯାଉଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ରାମଚନ୍ଦ୍ରଙ୍କ ଝିଅ ନିଜର ପ୍ରତିକ୍ରିୟାରେ ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତିବିଶେଷଙ୍କର ନାଁ ମଧ୍ୟ ନେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + 6 =