ପାଟଣାର ଗାନ୍ଧୀ ମଇଦାନ ବୋମା ବିସ୍ଫୋରଣ ମାମଲାରେ ୪ ଜଣଙ୍କୁ ଫାଶି ଦଣ୍ଡାଦେଶ

ପାଟନା: ବିହାର ପାଟନାର ଗାନ୍ଧୀ ମଇଦାନରେ ଆଠ ବର୍ଷ ପୂର୍ବେ ହୋଇଥିବା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ଜ୍ଝ ସୋମବାର ଏନଆଇଏ କୋର୍ଟ ହାୟଦର ଅଲି, ନୋମାନ ଅନସାରୀ, ମୁଜିବୁଲ୍ଲା ଅନସାରୀ, ଇମତିଆଜ ଅନସାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିବାବେଳେ ଦୁଇ ଦୋଷୀ ଓମାର ସିଦ୍ଦିକି, ଅଜହରୁଦ୍ଦିନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଜ୍ଝ ସେହିପରି ଅହମ୍ମଦ ହୁସେନ୍, ଫିରୋଜ ଅସଲାମଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏହା ବ୍ୟତୀତ ଇଫତିକର ଆଲାମକୁ ସାତ ବର୍ଷ ପାଇଁ ଦଣ୍ଡିତ କରାଯାଇଛି। ସୂଚନା ଥାଉ କି ଅକ୍ଟୋବର ୨୭, ୨୦୧୩ରେ ଗାନ୍ଧୀ ମଇଦାନରେ ବିଜେପିର ଏକ ସମାବେଶକୁ ସମ୍ବୋଧିତ କରିବା ପାଇଁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଟନାକୁ ଆସିଥିଲେ ଜ୍ଝ ଆଉ ଏହି ସମୟରେ ସିରିଏଲ ବୋମା ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୯ ଜଣ ଆହତ ହୋଇଥିଲେ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଷଡଯନ୍ତ୍ରକାରୀ ହାୟଦର ଅଲି ସମେତ ଦଶଜଣଙ୍କ ବିରୋଧରେ ଏନଆଇଏ ପକ୍ଷରୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

16 + two =