ପାର୍ବତୀଗିରି ଯୋଜନାରେ ଆଉ 6ଟି ପ୍ରକଳ୍ପର ଉଦଘାଟନ, 24ଟିର ଶିଳାନ୍ୟାସ

ଭୁବନେଶ୍ବର () ରାଜ୍ୟ ସରକାର ଉଚ୍ଚସ୍ଥାନରେ ଥିବା ଚାଷଜମୀକୁ ଜଳସେଚନ ଯୋଗାଇଦେବାକୁ 2011-12 ଆର୍ଥିକ ବର୍ଷରୁ ବୃହତ ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଛନ୍ତି । ପରବର୍ତ୍ତି ସମୟରେ ଏହି ଯୋଜନାକୁ ମହାନ ସମାଜସେବୀ ପାର୍ବତୀ ଗିରିଙ୍କ ନାମରେ ନାମିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ 6557 କୋଟି ଟଙ୍କା ଅଟକଳ ମୂଲ୍ୟରେ 171 ଗୋଟି ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହାଦ୍ବାରା ଉଚ୍ଚସ୍ଥାନରେ ଥିବା 2ଲକ୍ଷ 34 ହଜାର ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦିଆଯାଇପାରିବ ।

ସେ ମଧ୍ୟରୁ 2019 ଫେବୃଆରୀ ଶେଷ ସୁଦ୍ଧା 73 ଗୋଟି କାର୍ଯ୍ୟ ସଂପୁର୍ଣ୍ଣ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବିଭିନ୍ନ ସମୟରେ ଉଦଘାଟନ କରାଯାଇଛି । ସଂପୁର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡିକ ଦ୍ବାରା 87ହଜାର 212 ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇଦିଆଯାଇଛି । ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ ଆଉ 6ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାଦ୍ବାରା 5ହଜାର 440 ହେକ୍ଟର ଜମିକୁ ଜଳସେଚନା ସୁବିଧା ଯୋଗାଇଦିଆଯାଇପାରିବ ।

ଚଳିତ ସପ୍ତାହରେ 1926 କୋଟି ଟଙ୍କା ବ୍ୟୟ ଅଟକଳ ମୂଲ୍ୟର 56ହଜାର 918 ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇଦେବାକୁ ଆଉ 38 ନୂଆ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି । ଏହିସବୁ ପ୍ରକଳ୍ପ 2021 ସୁଦ୍ଧା ସଂପୁର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଦ୍ବାରା 686 କୋଟି ଟଙ୍କା ବ୍ୟୟ ଅଟକଳରେ 14ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ 1240 କୋଟି ଟଙ୍କା ବ୍ୟୟ ଅଟକଳରେ ଅବଶିଷ୍ଟ 24ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − 8 =