ବସ୍ତିରୁ ମୂଳ ପୋଛ ହେବ ଅପରାଧ

କମିଶନରେଟ ପୋଲିସର ନୂଆ ଯୋଜନା- ଆପୋସ । ଆସନ୍ତାକାଲି ଏହି ଯୋଜନାର ଶୁଭାରମ୍ଭ ହେବ । ଯୋଜନାର ଲକ୍ଷ୍ୟ ବସ୍ତିରେ ଅପରାଧ ରୋକିବା । ଟାର୍ଗେଟରେ ବସ୍ତିର ଯୁବପିଢ଼ୀ । ସେମାନଙ୍କୁ ନେଇ ବସ୍ତିରେ ବିଭିନ୍ନ ସଚେତନତା କାଯ୍ୟର୍କ୍ରମ କରାଯିବ । ବସ୍ତିରେ ଚାଲିଥିବା ଡ୍ରଗ୍ସ କାରବାର ରୋକିବା ଠାରୁ ଆରମ୍ଭ କରି ଛୋଟ ଛୋଟ କ୍ରାଇମରେ ସମ୍ପୃକ୍ତି ଥିବା ଅପରାଧିଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଯୁବପିଢ଼ୀ ମାନେ କାର୍ୟ୍ୟ କରିବେ ।
କମିଶନରେଟ ପୋଲିସ ରିପୋର୍ଟ ଅନୁସାରେ ଗତବର୍ଷ ଭୁବନେଶ୍ୱରୁ ୮୩୩ଗ୍ରାମ ବ୍ରାଉନସୁଗାର, ୬୫୫କେଜି ଗଞ୍ଜେଇ ଜବତ ହୋଇଛି । ଏଥିରୁ ଅଧିକାଂଶ ବିଭିନ୍ନ ବସ୍ତିରେ କାରବାର ଚାଲିଥିଲା । ତେଣୁ ପୋଲିସର ଏଭଳି ଯୋଜନା ବସ୍ତିରେ ଲାଭବାନ ହେବ ବୋଲି ଆଶା ରଖିଛନ୍ତି ବସ୍ତିର ଯୁବପିଢ଼ୀ । ପ୍ରଥମ ପର୍ୟ୍ୟାୟରେ ସାଲିଆ ସାହିରେ ଏହି ଯୋଜନା କାଯ୍ୟର୍କାରୀ କରାଯିବ । ପରେ ଅନ୍ୟ ବସ୍ତି ଗୁଡିକରେ ଏହି ଯୋଜନା କାଯ୍ୟର୍କାରୀ ହେବ ।

Share

Leave a Reply

Your email address will not be published. Required fields are marked *

ten − 1 =