ଅଟୋ ଡ୍ରାଇଭରଙ୍କ ମହାନତା

ସମ୍ବଲପୁର: ମହାନତା ଦେଖାଇଲେ ଅଟୋ ଡ୍ରାଇଭର । ସମ୍ବଲପୁର ଷ୍ଟେସନରେ ଅଟୋ ଚଳାଉଥିବା ମହମ୍ମଦ ଅଜିମ ଦେଖାଇଛନ୍ତି ମହାନତା । ଅଟୋରେ ଛାଡିଯାଇଥିବା ଯାତ୍ରୀଙ୍କ ୭ ଲକ୍ଷ ଟଙ୍କାରୁ ଅଧିକ ସୁନା ଗହଣା ଫେରାଇଛନ୍ତି । ଯାହାକୁ ଏବେ ସାଧାରଣରେ ପ୍ରଂଶସା କରାଯାଇଛି । ରବିବାର ସନ୍ଧ୍ୟାରେ ନାଗାବଳି ଏକ୍ସପ୍ରେସରୁ ଓହ୍ଲାଇଥିଲେ ଟିଟାଲାଗଡ଼ ସହର ବ୍ଲକପଡାର ଦମ୍ପତ୍ତି ଯୁବରାଜ ବେହେରା ଓ ଚନ୍ଦ୍ରକାନ୍ତ ବେହେରା। ସେଠାରୁ ମହମ୍ମଦ ଅଜିମଙ୍କ ଅଟୋ ଭଡ଼ା କରି ରେମେଡ ଛକ ଭଙ୍ଗାମୁଣ୍ଡା ବିହାରିପଡା ଯାଇଥିଲେ। ମହମ୍ମଦ ସେମାନଙ୍କୁ ଛାଡି ଘରକୁ ଫେରିଥିଲେ। ବାଟରେ ମଧ୍ୟ ଆଉ କିଛି ଯାତ୍ରୀଙ୍କୁ ସେ ନିଜ ଅଟୋରେ ନେଇଥିଲେ। ଘରକୁ ଫେରିବା ପରେ ଗାଡ଼ିରେ ଥିବା ବ୍ୟାଗକୁ ଦେଖି ସେ ଦମ୍ପତ୍ତିଙ୍କୁ ଯୋଗାଯୋଗ କରିଥିଲେ। ଦମ୍ପତ୍ତିଙ୍କୁ ଭେଟି ସେ ସମସ୍ତ ସୁନା ଗହଣା ବ୍ୟାଗ ଫେରାଇଛନ୍ତି।

Share

Leave a Reply

Your email address will not be published. Required fields are marked *

17 − 15 =