ପରିବା ବୋହିନେଲେ ଲୋକେ

ଭୁବନେଶ୍ୱର: ଓଲଟିଲା ଗାଡି ବୋହିନେଲେ ଲୋକେ । ସେ ପୁଣି ବ୍ୟାଗ ବ୍ୟାଗ ପନିପରିବା ଜ୍ଝ ରାଜଧାନୀରେ ପଳାଶୁଣି ଓଭରବ୍ରିଜ ନିକଟରେ ଏକ ମାଲବାହୀ ଟ୍ରକ ଓଲୋଟି ପଡିଥିବା ବେଳେ ଗାଡିରେ ଲୋଡ଼ ହୋଇଥିବ କାଙ୍କଡ଼କୁ ବୋହି ନେଇଯାଇଛନ୍ତି ଲୋକେ । ଘଟଣା ସ୍ଥଳରେ ନା ଥିଲା ସମାଜିକ ଦୁରତା ନା କେହି ମାନୁଥିଲେ କୋଭିଡ ନିୟମ । ଲୋକଙ୍କ ବୋହିବା ଦେଖି ପୋଲିସ ବି ସାଜିଲା ଦେଖଣାହାରୀ । କେବଳ ସାଧାରଣ ଲୋକ ନୁହେଁ ପୋଲିସ ଲୋକଙ୍କ ସହ ମିସି ନିଜ ବ୍ୟାଗରେ କାଙ୍କଡ଼ ଗୋଟେଇ ଫୁଲ କରିବାରେ ବି ବ୍ୟସ୍ତ ଥିଲା ।

ବିଚ୍ ରାସ୍ତାରେ ଓଲଟି ପଡ଼ିଲା ପରିବା ବୋଝେଇ ଟ୍ରକ । ଲୋକେ ସହଯୋଗ କଣ କରିବେ ଓଲଟି ପରିବା ବୋହିନେଲେ । କିଏ ବ୍ୟାଗରେ ଲୋଡ଼ କରି ବୋହିନେଲା ତ ଆଉ କିଏ ବସ୍ତାରେ ଲୋଡ଼ କରି ବୋହିଲା । କରୋନା ଗାଇଡ଼ ଲାଇନକୁ ଲୋକେ ଏକ ପ୍ରକାର ଫୁ କରି ଦେଇଥିଲେ । କେହି ବି ମାସ୍କ ପିନ୍ଧି ନଥିଲେ କି ସାମାଜିକ ଦୂରତା କଥା ନକହିବା ଭଲ । ସେପଟେ କେହି ମଧ୍ୟ ମାନବିକତା ଦୃଷ୍ଟିରୁ ଗାଡ଼ିଟି ଉଠିବ ସେ ଚିକନ୍ତା କରି ନଥିଲେ । ତେବେ ଭୁବନେଶ୍ୱର ପଳାଶୁଣି ଓଭର ବ୍ରିଜ୍ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ପରିବା ନେବା ଲାଗି ଲୋକଙ୍କ ମଧ୍ୟରେ ଲାଗି ରହିଥିବା ପ୍ରତିଯୋଗିତାକୁ ମଧ୍ୟ ବହୁ ଲୋକ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।

Share

Leave a Reply

Your email address will not be published. Required fields are marked *

9 + ten =