ଖୁବଶୀଘ୍ର ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ଧରି ବନ୍ଦ ରହିଛି ସ୍କୁଲ । ଯଦିଓ ଟିକେ କୋହଳ ହେବାରୁ ଅଷ୍ଟମରୁ ଦଶମ ଶ୍ରେଣୀ କ୍ଲାସ ହେଉଛି ତଥାପି ଏବେ ବି ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି । ପିଲାମାନେ ଅନଲାଇନ କ୍ଲାସ କରୁଛନ୍ତି । ଏବେ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୀପାବଳି ପରେ ଏନେଇ ନିଷ୍ପତ୍ତି ନିଆଯିବ ।

ଦୀପାବଳି ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ଖୋଲିବ । ପାର୍ବଣ ଋତୁ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସରକାର । ଏବେ ଅଷ୍ଟମରୁ ଦ୍ୱାଦଶ ପର୍ୟ୍ୟନ୍ତ ସ୍କୁଲ୍ ଖୋଲିଛି । ପ୍ରାୟ ୨ ବର୍ଷ ଧରି ଶିକ୍ଷା ବର୍ଷ ପ୍ରଭାବିତ ହୋଇଥିବାରୁ ଏବେ ସ୍କୁଲ ଖୋଲିବାର ଆବଶ୍ୟକତା ରହିଛି । କିନ୍ତୁ ସରକାର ସବୁ ସମୟରେ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଦଶହରା ପରେ ସଂକ୍ରମଣ ବଢୁଥିବାରୁ ସରକାର ଟେଷ୍ଟିଂ ହାର୍ ମଧ୍ୟ ବଢ଼ାଇଛନ୍ତି । ଦୀପାବଳି ପରେ ସ୍ଥିତିକୁ ବିଚାର କରି ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ୍ ଖୋଲିବା ନେଇ ବିଚାରବିମର୍ଶ କରିବେ । ତୃତୀୟ ଲହର ଆସିବାର ମଧ୍ୟ ସମ୍ଭାବନା କମ୍ ରହିଛି । ତେଣୁ ସ୍ଥିତିକୁ ଦେଖି ସରକାର ଆବଶ୍ୟକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

Share

Leave a Reply

Your email address will not be published. Required fields are marked *

twenty + 19 =