ଶ୍ରେଣୀ ଗୃହରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା

ଭୁବନେଶ୍ୱର() ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଓ ସ୍ଥିତି ବିଗିଡ଼ିବାରେ ଲାଗିଛି । ତେଣୁ ଶ୍ରେଣୀ ଗୃହରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଆରମ୍ଭ ହେବ । ସ୍କୁଲ ପିଲାଙ୍କ ପାଇଁ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଲାଗୁ ହେବା ନେଇ ସୂଚନା ମିଳିଛି । ଯେମିତିକି ଅଯୁଗ୍ମ ତାରିଖରେ ଅଯୁଗ୍ମ ରୋଲ ନମ୍ବର ଥିବା ପିଲା ଆସିବେ । ସେହିପରି ଯୁଗ୍ମ ତାରିଖରେ ଯୁଗ୍ମ ରୋଲ ନମ୍ବର ଥିବା ପିଲା ସ୍କୁଲ ଆସିବେ । ଏହି ଯୁଗ୍ମ-ଅଯୁଗ୍ମ ଗାଇଡ଼ଲାଇନ ନେଇ ଏନସିଇଆରଟି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଗାଇଡ଼ଲାଇନ ପ୍ରସ୍ତୁତ କରି କେନ୍ଦ୍ରକୁ ପଠାଯିବ । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ଅନୁମତି ପରେ ସମସ୍ତ ରାଜ୍ୟ ଗୁଡ଼ିକୁ ପଠାଯିବ । ରାଜ୍ୟ ସରକାର ଚାହିଁଲେ ଏହାକୁ ସଂଶୋଧନ କରି ଲାଗୁ କରିପାରିବେ । ଏହି ବ୍ୟବସ୍ଥାର ମୂଳ ଆଧାର ରହିବ ସାମାଜିକ ଦୂରତା । ସ୍କୁଲ ଖୋଲିଲେ ଏହି ବ୍ୟବସ୍ଥା ଲାଗୁ କରିବା ନେଇ ଲକ୍ଷ୍ୟ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

4 + 7 =