ଖୁବଶୀଘ୍ର ପୁରୀକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଘଟିଛି ବହୁ ପ୍ରତୀକ୍ଷାର ଅନ୍ତ । ୨୦୨୨-୨୩ ବେଳକୁ ପୁରୀକୁ ବିମାନ ଉଡ଼ିବା ନେଇ ଆଜି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସବୁ ଠିକଠାକ ଚାଲିଲେ ପୁରୀକୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜଳ ରହିଛି । ପୁରୀରେ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ସବୁ ଅବିଭକ୍ତ ଜିଲ୍ଲାରେ ଏୟାରଷ୍ଟ୍ରିପର ଉନ୍ନତି ପାଇଁ ଆଲୋଚନା କରାଯାଇଛି । ରାଉରକେଲା, ଉତକେଲା, ଜୟପୁରରୁ ଉଡ଼ାଣ ପାଇଁ ସହଯୋଗ କରୁଛୁ । ତେବେ ଆସନ୍ତା ୨୦୨୨-୨୩ ବେଳକୁ ପୁରୀକୁ ବିମାନ ଉଡ଼ିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Share

Leave a Reply

Your email address will not be published. Required fields are marked *

19 − 10 =