କରୋନାରେ ଆଖି ବୁଜିଲେ ଲୋକପ୍ରିୟ ଆର୍‌ଜେ ସବନମ୍‌ ଶିରିନ୍‌

ଭୁବନେଶ୍ବର: କରୋନାରେ ଆଖି ବୁଜିଲେ ଯୁବ ସାମ୍ବାଦିକା ସବନମ୍‌ ଶିରିନ୍‌ । କରୋନାରେ ଆକ୍ରାନ୍ତ ହୋଇ ୨ଦିନ ପୂର୍ବରୁ ସେ ଭୁବନେଶ୍ବର ସ୍ଥିତ ଏମସ୍‌ରେ ଚିକିତ୍ସିତ ହେଉଥିଲେ । ତେବେ ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସୋଆ ରେଡ଼ିଓ ଓ ଦୂରଦର୍ଶନ ସମେତ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିଛନ୍ତି ସବନମ୍‌ ଶିରିନ୍‌ ।

ସବ୍‌ନମ୍‌ ଭଏସ୍‌ ଅଫ୍‌ ସୋଆ କମ୍ୟୁନିଟି ୯୦.୪ ରେ ଆର୍‌ଜେ ଭାବରେ କାର୍ଯ୍ୟରତ ଥିଲେ । ଗତ କିଛିଦିନ ତଳେ ତାଙ୍କ ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେ କରୋନା ପଜିଟିଭ୍‌ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲ୍‌କୁ ନିଆଯାଉଥିଲା । ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଦୂରଦର୍ଶନ ସମେତ ବିଭିନ୍ନ ଗଣମାଧ୍ୟମ ଏବଂ ରେଡିଓ କାର୍ଯ୍ୟ କରି ଓଡ଼ିଶାରେ ପରିଚିତ ଥିଲେ ।

SOA Community ରେଡ଼ିଓରେ ତାଙ୍କ କାର୍ଯ୍ୟକ୍ରମ ଥିଲା ଅନନ୍ୟ । ବାଲ୍ୟ ବିବାହ ଭଳି ଅନେକ କୁସଂସ୍କାର ପ୍ରଥା ସମ୍ବନ୍ଧରେ ସେ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଦୂରଦର୍ଶନର ଅନେକ ସମାଜ ସଂସ୍କାର ମୂଳକ କାର୍ଯ୍ୟକ୍ରମ ଉପସ୍ଥାପନ କରିବା ସହ ଭୁବନେଶ୍ୱରର ବସ୍ତି ଅଞ୍ଚଳର ଲୋକଙ୍କ ଉନ୍ନତି ପାଇଁ ସେ ଉଦ୍ୟମ କରିଥିଲେ । ତାଙ୍କ ଭଳି ସମାଜ ସଂସ୍କାରକ ତଥା କାର୍ଯ୍ୟରତ ଯୁବ ମହିଳା ସାମ୍ବାଦିକ ଅତି ବିରଳ । ତାଙ୍କ ପରଲୋକରେ ସୋଆ, ନ୍ୟୁଜ୍‌ ସେଭେନ ଓ ପ୍ରମେୟ ପରିବାର ପକ୍ଷରୁ ଅଶ୍ରୁପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

14 − 4 =